Tuesday, September 8, 2026
ADVERTISEMENT
Home ଆଞ୍ଚଳିକ ଆରମ୍ଭ ହେଲା ଭେଣ୍ଡିଙ୍ଗଜୋନ କାର୍ଯ୍ୟ

ଆରମ୍ଭ ହେଲା ଭେଣ୍ଡିଙ୍ଗଜୋନ କାର୍ଯ୍ୟ

845
ADVERTISEMENT

ହିଞ୍ଜିଳି କାଟୁ, ( ୨/୭ ସେସଦେବ ସାହୁ ): ବାରମ୍ବାର ଜିଲାପାଳଙ୍କ ହିଞ୍ଜିଳିଗ୍ରସ୍ତ ପରେ ମଧ୍ୟ ମୁନସିପାଲଟିରେ ଚାଲିଥିବା ବିଭିନ ଅସଂମ୍ପୁର୍ଣ୍ଣ କାର୍ଯ୍ୟକୁ ତୁରନ୍ତ ସାରିବା ସମେତ ଟେଣ୍ଡର ପରେ ମଧ୍ୟ ଆରମ୍ଭ ହୋଇନଥିବା ବିଭିନ କାର୍ଯ୍ୟକୁ ତୁରନ୍ତ ଆରମ୍ଭ କରିବା ନିମନ୍ତେ ଜିଲାପାଳଙ୍କ ତାଗିଦ ପରେ ବହୁଦିନ ହେଲା ବିଭିନ୍ନ କାରଣରୁ ବିବାଦ ଯଂଗୁ ବନ୍ଦ ହୋଇ ପଡିଥିବା ଭେଣ୍ଡିଙ୍ଗ ଜୋନ କାର୍ଯ୍ୟକ୍ରମ ସୋମବାରରୁ ଆରମ୍ଭ ହୋଇଛି । ହିଞ୍ଜିଳିକାଟୁ ସହରର ଆହାର କେନ୍ଦ୍ର ପଛ ପାଖରେ ପ୍ରାୟ ୧ କୋଟି ଟଂକା ବ୍ୟୟରେ ନିର୍ମିତ ହେବାକୁ ଥିବା ୧୩୪ ଗୋଟି ପିଣ୍ଡି ନିମନ୍ତେ କାର୍ଯ୍ୟ ଆରମ୍ଭ ହୋଇଛି । ଏଥିନିମନ୍ତେ ହିଞ୍ଜିଳି ମୁନସିପାଲଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ପଣ୍ଡା, କନିଷ୍ଠ ଯନ୍ତ୍ରୀ ଦିଲ୍ଲୀପ କୁମାର ମିଶ୍ର ,ମାନସ ରଞ୍ଜନ ଦାସ, ପୂର୍ତ ବିଭାଗ ସହକାରୀ ଯନ୍ତ୍ରୀ ଉମା ଚରଣ ପଢି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟର ସମୀକ୍ଷା କରିଥିଲେ ।

Advertisement