Friday, September 4, 2026
ADVERTISEMENT
Home ଆଞ୍ଚଳିକ ବିଭିନ୍ନ ଦାବି ନେଇ ଧାରଣାରେ ବସିଲେ ସୁରକ୍ଷା କର୍ମୀ

ବିଭିନ୍ନ ଦାବି ନେଇ ଧାରଣାରେ ବସିଲେ ସୁରକ୍ଷା କର୍ମୀ

534
ADVERTISEMENT

ବ୍ରହ୍ମପୁର, ୧/୭(ଡ଼ି ଏଚ ବି) -ଏମ୍‌କେସିଜି ମେଡିକାଲରେ କାର୍ଯ୍ୟରତ ଶତାଧିକ ସୁରକ୍ଷା କର୍ମୀ ବିଭିନ୍ନ ଦାବି ନେଇ ରବିବାର ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ସେମାନଙ୍କ ଦାବିଗୁଡିକ ହେଲା , ନିୟମିତ ଭାବେ ମାସକୁ ମାସ ଦରମା ପ୍ରଦାନ କରିବା, ଦରମାରୁ ଇପିଏଫ ବାବଦକୁ କାଟୁଥିବା ଟଙ୍କାର ହିସାବ ଦେବା , ଶ୍ରମ ବିଭାଗ ତରଫରୁ ସେମାନଙ୍କ ପାଇଁ ଘୋଷଣା ହୋଇଥିବା ବର୍ଦ୍ଧିତ ଦରମା ଖୁବଶୀଘ୍ର ପ୍ରଦାନ କରାଯିବ ଇତ୍ୟାଦି । ଏବଂ ଗଞ୍ଜାମ ସିକ୍ୟୁରିଟି ସର୍ଭିସ ସଂସ୍ଥା ତରଫରୁ ସୁରକ୍ଷା କର୍ମୀମାନେ ୩ ଟି ପର୍ଯ୍ୟାୟରେ ଏମ୍‌କେସିଜି ମେଡିକାଲରେ କାମ କରୁଛନ୍ତି। ସଂସ୍ଥା କ୍ଷେତ୍ରରକ୍ଷକ ବାବୁଲା ସେଠୀ ବିନା କାରଣରେ କାର୍ଯ୍ୟରତ ସୁରକ୍ଷା କର୍ମୀଙ୍କୁ ଗାଳି ଗୁଳଜ କରିବା ସହ ଧମକ ଦେଉଛନ୍ତି। ଏହାର ଦୃଢ଼ ପ୍ରତିବାଦ କରାଯାଇଥିଲା ବୋଲି ସୁପରଭାଇଜର ଏ. ସୁମନ କୁମାର କହିଛନ୍ତି। ଖବର ପାଇ ସଂସ୍ଥା ପରିଚାଳକ ଟୁନା ପାଣିଗ୍ରାହୀ ସେଠାରେ ପହଞ୍ଚି ସୁରକ୍ଷା କର୍ମୀଙ୍କ ଦାବି ଗୁଡିକ ସମ୍ପର୍କରେ ସୋମବାର ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଥିଲେ । ପରେ ଧାରଣାରେ ବସିଥିବା ସୁରକ୍ଷା କର୍ମୀ ଧାରଣା ପ୍ରତ୍ୟାହୃତ କରିଥିଲେ। ସୋମବାର ସଂସ୍ଥା ପରିଚାଳକ ଦାବି ଗୁଡିକ ପୂରଣ ନ କରିଲେ ସେମାନେ ପୁଣି ଥରେ ଅର୍ନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିବେ ବୋଲି ସୁପରଭାଇଜର ସୁମନ ଓ ପୀତବାସ ସୁରୀ ଚେତାବନୀ ଦେଇଛନ୍ତି ।

Advertisement