Thursday, October 15, 2026
ADVERTISEMENT
Home ମୁଖ୍ୟ ଖବର ବିଧାନସଭାରେ କଂଗ୍ରେସ୍‌ ନେତାଙ୍କ ହଟ୍ଟଗୋଳ

ବିଧାନସଭାରେ କଂଗ୍ରେସ୍‌ ନେତାଙ୍କ ହଟ୍ଟଗୋଳ

300
ADVERTISEMENT

ଭୁବନେଶ୍ୱର,୧/୭ (ଡ଼ିଏଚବି): ବିଧାନସଭା ଅଧିବେଶନ ଆରମ୍ଭ ହୋଇଥିବା ବେଳେ ଗୃହ ଆରମ୍ଭରୁ ହୋଇଛି ହଟ୍ଟଗୋଳ । ବିଧାୟକ ତାରାପ୍ରସାଦ ବାହିନୀପତି ଓ ଅନ୍ୟ କଂଗ୍ରେସ ବିଧାୟକ କୃଷି ଓ କୃଷକଙ୍କ ସମସ୍ୟା ପ୍ରସଙ୍ଗ ଉଠାଇ ବାଚସ୍ପତିଙ୍କ ପୋଡ଼ିୟମ ସାମ୍ନାକୁ ଆସି ହଟ୍ଟଗୋଳ କରିଥିଲେ । କଂଗ୍ରେସ ପକ୍ଷରୁ ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ମୁଲତବୀ ନୋଟିସ୍ ଅଣାଯାଇଥିଲେ ମଧ୍ୟ ଏହାକୁ ଗ୍ରହଣ କରିନଥିଲେ ବାଚସ୍ପତି। କିନ୍ତୁ ଫୋନି ଏବଂ ପରବର୍ତ୍ତୀ ଥଇଥାନରେ ରାଜ୍ୟ ସରକାର ବିଫଳ ଶୀର୍ଷକରେ ବିଜେପି ଆଣିଥିବା ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରିଥିବାରୁ କଂଗ୍ରେସ୍‌ ନେତା ହଟ୍ଟଗୋଳ କରିଥିଲେ।

Advertisement