Wednesday, September 30, 2026
ADVERTISEMENT
Home କୋରାପୁଟ ବିଲଟ କାଗଜ କଳ ପୁନଃରୁଦ୍ଧାର ପାଇଁ ଜୟପୁର ବିଧାୟକଙ୍କ ଉଦ୍ୟମ

ବିଲଟ କାଗଜ କଳ ପୁନଃରୁଦ୍ଧାର ପାଇଁ ଜୟପୁର ବିଧାୟକଙ୍କ ଉଦ୍ୟମ

567
ADVERTISEMENT

ଜୟପୁର, ୧୪/୨( ସୁନୀଲ ଦାଶ) : ଦୀର୍ଘ ଦିନ ଧରି ବନ୍ଦ ପଡି ଥିବା ଜୟପୁର ସ୍ଥିତ ବିଲ୍ଟ୍ କାଗଜକଳ ମୁଖ୍ୟ ତଥା ଅଭନ୍ତା ଗ୍ରୁପର ପ୍ରତିଷ୍ଠାତା ଏବଂ ଚେୟାରମେନ୍ ଶ୍ରୀ ଗୌତମ ଥାପାରଙ୍କୁ ନୂଆଦିଲ୍ଲୀ ସ୍ଥିତ ଅଭନ୍ତା ଗ୍ରୁପ ମୁଖ୍ୟ କାର୍ଯ୍ୟାଳୟରେ ଗତ ତା୧୧।୨ରିଖରେ ଭେଟିଥିଲେ ଜୟପୁର ବିଧାୟକ ଶ୍ରୀ ତାରାପ୍ରସାଦ ବାହିନୀପତି l ବିଲ୍ଟ କାଗଜକଳ ପୁଣିଥରେ ଚାଲୁ କରିବା ନିମନ୍ତେ ଅନୁରୋଧ କରି ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ l ଜୟପୁର ଅଞ୍ଚଳବାସୀ ତାଙ୍କ ଜୀବିକା ପାଇଁ ବିଲ୍ଟ୍ କାଗଜକଳ ଉପରେ ନିର୍ଭର କରୁଛନ୍ତି । ତେଣୁ ଏହି ସମସ୍ୟାର ଖୁବ୍ ଶୀଘ୍ର ସମାଧାନ କରି ପୁଣିଥରେ କାଗଜକଳ କାର୍ଯ୍ୟ ତୁରନ୍ତ ଆରମ୍ଭ କରାଗଲେ ଜୟପୁର ଅଞ୍ଚଳବାସୀ ଉପକୃତ ହେବେବୋଲି ଉପସ୍ଥାପନ କରିଥିଲେ । ଦୀର୍ଘ ସମୟର ଆଲୋଚନା ପରେ ଶ୍ରୀ ଥାପର କାଗଜକଳକୁ ପୁଣିଥରେ ଯଥାଶୀଘ୍ର ଚାଲୁ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

Advertisement