ଗଞ୍ଜାମ: ଗୁଣି ଗାରେଡ଼ିକୁ ନେଇ ହତ୍ୟାକାଣ୍ଡ, ଥାନାରେ ଆତ୍ମସମର୍ପଣ କଲା ଅଭିଯୁକ୍ତ

274
ADVERTISEMENT

ବ୍ରହ୍ମପୁର ୨୯/୬(ଡ଼ିଏଚବି): ଗଂଜାମ ଜିଲ୍ଲାର ପୁରୁଷୋତ୍ତମପୁର ଥାନା ଡି.ପାଟପୁର ଗାଁରେ ମଙ୍ଗଳବାର ଅପରାହ୍ଣରେ ଏକ ହତ୍ୟାକାଣ୍ଡ ଘଟଣା ଘଟିଛି। ଗୁଣି ଗାରେଡ଼ିକୁ କେନ୍ଦ୍ର କରି କୃଷ୍ଣ ପ୍ରଧାନଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ହତ୍ୟାକାଣ୍ଡ ପରେ ହିଞ୍ଜଳିକାଟୁ ଥାନାରେ ଅଭିଯୁକ୍ତ ମୁରଲୀ ପ୍ରଧାନ ଆତ୍ମସମର୍ପଣ କରିଛି। ସୂଚନା ଅନୁସାରେ ମୁରଲୀ ପ୍ରଧାନର ଝିଅ ଅତୀତରେ ମୃତ୍ୟୁବରଣ କରିଥିଲା। ଗୁଣିଗାରେଡି ଯୋଗୁଁ ଝିଅର ମୃତ୍ୟୁ ହୋଇଥିଲା ବୋଲି ମୁରଲୀ କୃଷ୍ଣ ପ୍ରଧାନ ଉପରେ ସଂଦେହ କରିଥିଲା। ଏବେ ପତ୍ନୀ ଅସୁସ୍ଥ ଥିବାରୁ କୃଷ୍ଣ ପ୍ରଧାନଙ୍କ ଉପରେ ମୁରଲୀର ସନ୍ଦେହ ଆହୁରି ଅଧିକ ବଢ଼ିଯାଇଥିଲା। ପୂର୍ବ ଯୋଜନା ଅନୁସାରେ ଆଜି କୃଷ୍ଣ ପ୍ରଧାନଙ୍କୁ ଅତର୍କିତ ଆକ୍ରମଣ କରି ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିଲା।

Advertisement