କୁକୁଡାଖଣ୍ଡି, ୨୮/୬(ଇ.ରଞ୍ଜନ): ନିମଖଣ୍ଡି ଫାଣ୍ଡି ଅଧିନସ୍ଥ ଗୁରୁଣ୍ଠି ପଞ୍ଚାୟତ ପୁରୁଣା ଯୋଗିଆପଲ୍ଲୀ ହରିଜନ ସାହିରେ ପୂର୍ବ ଶତ୍ରୁତାକୁ ନେଇ ଦୁଇଜଣଙ୍କ ମଧ୍ୟରେ ମାରପିଟ ହୋଇଛି | ମାରପିଟରେ ସନ୍ତୋଷ ଦାସଙ୍କ ଆକ୍ରମଣରେ ସନିଆ ଦାସଙ୍କ ମୁଣ୍ଡକୁ ଆଘାତ ଲାଗିଛି | ସନିଆ ଦାସଙ୍କ ଅଭିଯୋଗ ପ୍ରକାରେ ଆଙ୍କୁଶପୁର ସଦର ଥାନାରେ ୧୬୨/୨୦୧୯ କେସ ଦାଏର ହୋଇଛି |
ନିମଖଣ୍ଡି ଫାଣ୍ଡି ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଶତପଥୀଙ୍କ ସୂଚନା ପ୍ରକାରେ, ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଉଭୟଙ୍କ ମଧ୍ୟରେ ଗାଳିଗୁଳଜ ହେବା ସହ ଝଗଡା ହୋଇଥିଲା | ସନ୍ତୋଷ ଦାସଙ୍କ ଆକ୍ରମଣରେ ସନିଆ ଦାସଙ୍କ ମୁଣ୍ଡକୁ ଆଘାତ ହୋଇଛି | ତଦନ୍ତ କରାଯାଇ ସନ୍ତୋଷ ଦାସ(୨୫)ଙ୍କୁ ଗିରଫ କରାଯାଇ ଶୁକ୍ରବାର କୋର୍ଟଚାଲାଣ କରାଯାଇଛି | ଏହି କେସରେ ଆଇ.ପି.ସିର ୨୯୪, ୩୨୩, ୩୦୭ ଏବଂ ୫୬ ଦଫାରେ ମାମଲା ଦାଏର ହୋଇଥିବା ସୂଚନା ଦେଇଛନ୍ତି |