Friday, September 25, 2026
ADVERTISEMENT
Home ବରଗଡ଼ ବରଗଡ: ୭୧ତମ ସାଧାରଣ ତନ୍ତ୍ର ଦିବସ ପାଳିତ

ବରଗଡ: ୭୧ତମ ସାଧାରଣ ତନ୍ତ୍ର ଦିବସ ପାଳିତ

471
ADVERTISEMENT

ବରଗଡ,୨୬/୧(ରାକେଶ କୁମାର ଦାସ):ବରଗଡ ଜିଲ୍ଲା ପଦ୍ମପୁରରେ ଆଜି ଉପଜିଲ୍ଲାପାଳଙ୍କ ତତ୍ୱାବଧାନରେ ୭୧ ତମ ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇଥିଲା, ପଦ୍ମପୁର ଏସ.ଡି.ପି.ଓ ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁ ଆଇ.ଆଇ.ସି ଶ୍ରୀଯୁକ୍ତ ଏମ.ଆର ପ୍ରଧାନ ଯୋଗ ଦେଇଥିଲେ, ମୁଖ୍ୟ ଅତିଥି ଉପଜିଲ୍ଲାପାଳ ଶ୍ରୀଯୁକ୍ତ ତନ୍ମୟ କୁମାର ଦରୱାନ ଯୋଗ ଦେଇ ଜାତୀୟ ପତାକା ଉତୋଳନ କରିଥିଲେ ଏବଂ ସାଧାରରଣ ତନ୍ତ୍ର ଉପରେ ନିଜର ଭାବନା ପ୍ରକାଶ କରିଥିଲେ, ପରେ ପଦ୍ମପୁର ଉପଖଣ୍ଡ ର ସମସ୍ତ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ପ୍ୟାରେଡ଼ରେ ଯୋଗ ଦେଇ ସାଧାରଣତନ୍ତ୍ର ଦିବସ କୁ ଉପଭୋଗ କରିଥିଲେ, କୁନି କୁନି ଛାତ୍ର ଛାତ୍ରୀ ମାନେ ଦେଶାତ୍ମବୋଧକ ସାଂସ୍କୃତିକ ନୃତ୍ୟ ପରିବେଷଣ କରି ସମସ୍ତ ଦର୍ଶକ ବୃନ୍ଦ ଙ୍କୁ ମନମୁଗ୍ଧ କରିଥିଲେ ଶେଷରେ ଉପଜିଲ୍ଲାପାଳ ମହୋଦୟ କୃତି ଛାତ୍ର ଛାତ୍ରୀମାନଙ୍କୁ ପରିସ୍କୃତ କରିଥିଲେ l

Advertisement