Friday, November 20, 2026
ADVERTISEMENT
Home ଆଞ୍ଚଳିକ ବାଲିଗୁଡ଼ାରେ ୩୧ତମ ଜାତୀୟ ସଡ଼କ ସୁରକ୍ଷା ଦିବସ ପାଳନ

ବାଲିଗୁଡ଼ାରେ ୩୧ତମ ଜାତୀୟ ସଡ଼କ ସୁରକ୍ଷା ଦିବସ ପାଳନ

513
ADVERTISEMENT

ବାଲିଗୁଡ଼ା,୧୮/୧(ସୁରେଶ କୁମାର ପଣ୍ଡା) ; ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ ବାଲିଗୁଡ଼ା ଠାରେ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମକୁ ନୂତନ ଉପଜିଲ୍ଲାପାଳ ଦେବେନ୍ଦ୍ର କୁମାର ନନ୍ଦଙ୍କ ଦ୍ୱାରା ଉଦଘାଟନ କରାଯାଇ ଥିଲା l ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟ ଠାରୁ ବସ ଷ୍ଟାଣ୍ଡ ପର୍ଯ୍ୟନ୍ତ ଏକ ବିରାଟ ଶୋଭାଯାତ୍ରା ମାଧ୍ୟମରେ ଲୋକ ଗାଡ଼ି ଚଲାଇବା ବେଳେ ସଚେତନ ହୋଇଚାଲିବା, ହେଲମେଟ ପିନ୍ଧିବା, ଉଭୟ ପାର୍ଶ୍ୱ ଦେଖି ରାସ୍ତା ପାରି ହେବା ଏନେଇ ବୁଝେଇଵା ସହ ଏହାକୁ ମା ପାଟଖଣ୍ଡା ବସ ମାଲିକସଙ୍ଘ ଆୟୋଜନ କରିବା ସହ ମା ଦକ୍ଷିଣାକାଳୀ ଅଟୋ ସଙ୍ଘ, ସରସ୍ବତୀ ଶିଶୁ ମନ୍ଦିର, ଆଦିବାସୀ କଲେଜ, ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପୂର୍ଣ୍ଣ ସହଯୋଗ କରିଥିଲେ l

Advertisement