Friday, November 20, 2026
ADVERTISEMENT
Home ଆଞ୍ଚଳିକ ସଂକୃତି ଓ ପର୍ଯ୍ୟଟନ ମନ୍ତ୍ରୀ ବ୍ରହ୍ମପୁର ଗ୍ରସ୍ତ କବିସୂର୍ଯ୍ୟ ବଳଦେବରଥଙ୍କ ପ୍ରତିମୂର୍ତ୍ତି ଉଦଘାଟନ

ସଂକୃତି ଓ ପର୍ଯ୍ୟଟନ ମନ୍ତ୍ରୀ ବ୍ରହ୍ମପୁର ଗ୍ରସ୍ତ କବିସୂର୍ଯ୍ୟ ବଳଦେବରଥଙ୍କ ପ୍ରତିମୂର୍ତ୍ତି ଉଦଘାଟନ

659
ADVERTISEMENT

ବ୍ରହ୍ମପୁର,୧୮/୧(ଇ.ରଞ୍ଜନ) : ବ୍ରହ୍ମପୁର ବିଜୁପଟ୍ଟନାୟକ ସଂସ୍କୃତିକ ମଣ୍ଡପରେ ରାଜ୍ୟ ପର୍ଯ୍ୟଟନଓ ସାଂସ୍କୃତିକ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଥମେ କବିସମ୍ରାଟ କବିସୂର୍ଯ୍ୟ ବଳଦେବରଥଙ୍କ ପୂର୍ଣ୍ଣlବୟବ ପ୍ରତିମୂର୍ତ୍ତି ଉତ୍ସବରେ ଯୋଗ ଦେଇ ପ୍ରତିମୂର୍ତ୍ତି ଉଦ୍ଘାଟନ କରିଥିଲେ l ଏବଂ ଓଡିଶା ନାଟକ ସମାରୋହ ସମିତି ଆନୁକୂଲ୍ୟରେ ପ୍ରଥମ ରାଜ୍ୟ ସ୍ତରୀୟ ନାଟକ ସମାରୋହରେ ଯୋଗଦେଇ ପ୍ରଦୀପ ଜ୍ୱଳନ କରି ଗଞ୍ଜାମ ଜିଲ୍ଲା କଳାସଂସ୍କୃତିକୁ ପ୍ରଶଂସିତ କରିଥିଲେ l ଏହି ସଭାରେ କଳାକାର ମାନେ ସଂସ୍କୃତିକ ଭବନର ବିଭିନ୍ନ ସମସ୍ୟାକୁ ନେଇ ମନ୍ତ୍ରୀଙ୍କୁ ଅବଗତ କରିଥିଲେ l ଏହି ସଭାରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା,ରମେଶ ଚନ୍ଦ୍ର ଚାଉ ପଟ୍ଟନାୟକ, ସୁବାଷ ମହାରଣା, ଅଲେଖ ଚୌଧୁରୀ, ଜ୍ୟୋତି ରଞ୍ଜନ ଦାଶ ପ୍ରମୁଖ ଉପସ୍ଥିତ ଥିବା ବେଳେ ବିଜୁଜନତା ଦଳିୟ କର୍ମକର୍ତ୍ତା ଉପସ୍ଥିତ ଥିଲେ l


Advertisement