ଦିଗପହଣ୍ଡି,୧୮/୧(ସୁନୀଲ ସାହୁ) : ଦିଗପହଣ୍ଡି ପୁଞ୍ଜି କଁ ୟା ଛକ ନିକଟ ହିରୋ ହୋଣ୍ଡା ସୋ ରୁମ୍ ପଛରେ ଥିବା ଆର ଏମ ସି ଏସ ଅଫିସ ପରିସରରେ ଲିଜ ସୂତ୍ରରେ ଜମି ଅଧିଗ୍ରହଣ କରି ଘର କାମ କରୁଥିବା ଜଣେ ମହିଳାଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ପ୍ରତିବାଦ କରିବାରୁ ତାଙ୍କ ସ୍ବାମୀ ସିମାଞ୍ଚଳ ପାଣିଗ୍ରାହୀଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ପଥର ଖଣ୍ଡ ଦ୍ଵାରା ଆକ୍ରମଣ କରାଯିବାରୁ ସିମାଞ୍ଚଳଙ୍କ ଡାହାଣ ଗୋଡ଼ରେ ଗଭୀର ଆଘାତ ଲାଗିଥିବା ମହିଳା ଜଣକ ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି। ସରକାରୀ ପଦାଧିକାରୀ ଜଣକ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖି ଥିବା ସନ୍ଦେହରେ ବ୍ରହ୍ମପୁର ଅଞ୍ଚଳର ଉକ୍ତ ପଦାଧିକାରୀଙ୍କ ସ୍ତ୍ରୀ ବାସନ୍ତୀ ପାଣିଗ୍ରାହୀ ଓ ତାଙ୍କ ପୁଅ ସନ୍ତୋଷ ଘଟଣା ସ୍ଥଳରେ ପହଞ୍ଚି ବିନା କାରଣରେ ଏଭଳି ଆକ୍ରମଣ କରି ଫେରାର ହୋଇଯାଇଥିବା ମହିଳା ଜଣକ ପୋଲିସ ନିକଟରେ ବୟାନ ଦେଇଛନ୍ତି। ଏତଲାକୁ ଭିତ୍ତି କରି ଥାନା ମାମଲା ନଂ ୧୧/୨୦ ଦଫା ୨୯୪/୩୨୩/୩୫୪(କ)/୫୦୬/୩୪ ଅନୁଯାୟୀ ଅଭିଯୁକ୍ତ ଦ୍ବୟଙ୍କ ବିରୋଧରେ ମକଦ୍ଦମା ରୁଜୁ କରାଯାଇଛି।

















