କୋଦଳା ,୧୭।୧(ସୂର୍ଯ୍ୟ ନାରାୟଣ ବଡୁ ) : ଗଞ୍ଜାମ ଜିଲ୍ଲାର ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ମୁଣ୍ଡଳାରେ ଶ୍ରୀ ଅରବିନ୍ଦ ପାଠଚକ୍ରର 31 ତମ ଓ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର 13 ତମ ବାର୍ଷିକ ଉତ୍ସବ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି l ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ କବିସୂର୍ଯ୍ୟ ନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ଯୋଗ ଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବେ ଆସ୍ପୃହା ମଣ୍ଡଳ ପାଠଚକ୍ର ଆବାହକ ଭାଗୀରଥୀ ମହାପାତ୍ର, ସମ୍ମାନୀତ ଅତିଥି ଭାବେ ବେଗୁନିଆପଡ଼ା ବ୍ଳକ ଅଧ୍ୟକ୍ଷା ପ୍ରତିନିଧି ବିଜୟ କୁମାର ଦୋରା, ସରପଞ୍ଚ ମଧୁସୂଦନ ସାହୁ, ସମିତି ସଭ୍ୟ ସୁବଳ ସାହୁ ସମ୍ମାନିତ ବକ୍ତା ଭାବେ ଜୋନାଲ ସଂଯୋଜକ ଲଲାଟେନ୍ଦୁ ସାମନ୍ତ, ଜିଲ୍ଳା ପାଠଚକ୍ର ଆବାହକ ସସଧର ବେହେରା, ସାଧିକା ସୁଶ୍ରୀ ଲକ୍ଷ୍ମୀବାଈ ଦଳାଇ ଯୋଗ ଦେଇ ଶିକ୍ଷା କେବଳ ସାର୍ଟିଫିକେଟ ହାସଲରେ ସୀମିତ ରହେ ନାହିଁ, ଉତ୍ତମ ମଣିଷ ହେବା ସହ ଭଗବତ ଲକ୍ଷ ପୂରଣରେ ସାମିଲ ହୋଇ ପାରିବା ପ୍ରକୃତ ଶିକ୍ଷା ଅଟେ ବୋଲି ମତ ବ୍ୟକ୍ତ କରିଥିଲେ l ଛାତ୍ରୀ ସୁନିତା ବିଶ୍ଵାଳ ସଭା ପରିଚାଳନା କରିଥିଲେ l ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ମହାରଣା ଧନ୍ଯବାଦ ଅର୍ପଣ କରିଥିଲେ l ଏଥି ସହିତ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସକାଳେ ସମବେତ ଧ୍ୟାନ, ମାର୍ଚଫାଷ୍ଟ ଅପରାହ୍ନରେ ଶାରୀରିକ କ୍ରୀଡ଼ କୌଶଳ, ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l ଶିବ ଭାଇ, ସଞ୍ଜୟ ଭାଇ ଓ ବିଦ୍ୟାଳୟର ସମସ୍ତ ଅପା ଓ ଭାଇମାନେ ସହଯୋଗ କରିଥିଲେ

















