Friday, November 20, 2026
ADVERTISEMENT
Home ଆଞ୍ଚଳିକ କୋଦଳାରେ ୩୧ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ

କୋଦଳାରେ ୩୧ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ

359
ADVERTISEMENT

କୋଦଳା ,୧୭।୧(ସୂର୍ଯ୍ୟ ନାରାୟଣ ବଡୁ) : ୩୧ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ଶୁକ୍ରବାର କୋଦଳା ପୋଲିସ ଥାନା ପକ୍ଷରୁ ଥାନା ଅଧିକାରୀ ଦେବାଶିଷ ମହାନ୍ତିଙ୍କ ତତ୍ଵାବଧାନରେ ସଡ଼କ ସୁରକ୍ଷ୍ଯା ସମନ୍ଧୀୟ ଏକ ମେଗା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି। କୋଦଳା ସ୍ଵର୍ଣ୍ଣମୟୀ ବାଳକ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀ ଶିକ୍ଷ୍ଯକ/ଶିକ୍ଷୟତ୍ରୀ , ଲକ୍ଷ୍ମୀ ନାରାୟଣ ସ୍ନାତ୍ତକ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ,ଅଧ୍ୟାପକ /ଅଧ୍ୟାପିକାଙ୍କ ସହଯୋଗରେ ଅୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ କୋଦଳା ତହସିଲଦାର ପ୍ରଭାତ କୁମାର ପରିଡା ଯୋଗ ଦେଇଥିବା ବେଳେ ,ସ୍ନାତ୍ତକ ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ.ପଦ୍ମ ଚରଣ ପାଢ଼ୀ , ସ୍ଵର୍ଣ୍ଣମୟୀ ହାଇସ୍କୂଲ ପ୍ରଧାନ ଶିକ୍ଷ୍ଯକ ଉମା କାନ୍ତ ବେହେରା ,ଶିକ୍ଷୟତ୍ରୀ ଇପ୍ସିତା ମିଶ୍ର ପ୍ରମୁଖ ଉପସ୍ଥିତ ରହି ଶତାଧିକ ଶିକ୍ଷାର୍ଥୀ,ସମାଜ ସେବୀ, ବୁଦ୍ଧିଜୀବି, ସାମ୍ବାଦିକଙ୍କ ଗହଣରେ ସଡକ ସୁରକ୍ଷା ଜନିତ ସ୍ଲୋଗାନ ଏବଂ ପ୍ଲାକାର୍ଡ ଧରି ଥାନା ପରିସରରୁ ବିରାଟ ରାଳିରେ ବାହାରି ଗ୍ରାମ ପରିକ୍ରମା କରିଥିଲେ । କିଛି ସମୟ ପାଇଁ ବସଷ୍ଟାଣ୍ଡ ଠାରେ ରହି ସର୍ବସାଧାରଣରେ ସଡକ ସୁରକ୍ଷା ଜନିତ ସଚେତନତାର ବାର୍ତା ପ୍ରଚାର କରିଥିଲେ। ଦ୍ରୁତଗତି ମହାବିପତି, ହେଲେମେଟ ପିନ୍ଧି ବାଇକ ଚାଳନା, ବିନା ଲାଇସେନ୍ସରେ ଓ ଇନ୍ସୁରେନ ବିନା ଗାଡି ନଚଲେଇବା, ବାଇକ ଚଳାଇବା ସମୟରେ ଫୋନ ବ୍ୟବହାର ନ କରିବା ସମ୍ପର୍କରେ ପଥପ୍ରାନ୍ତ ସଭା ଆୟୋଜନ କରିଥିଲେ।ହେଲମେଟ ପିନ୍ଧିଥିବା ଲୋକଙ୍କୁ ଗୋଲାପ ଫୂଲ ପ୍ରଦାନ କରିଥିବା ବେଳେ ହେଲମେଟ ନ ପିନ୍ଧିଥିବା ଲୋକଙ୍କୁ ଛେନା ମିଠା ଖୁଆଇ ସଚେତନ ତା କରିଥିଲେ । ଅୟୋଜିତ ସଚେତନତା ଶୋଭାଯାତ୍ରା ଗ୍ରାମ ପରିକ୍ରମା କରି କୋଦଳା ସ୍ଥିତ ଏନଏସି କଲ୍ୟାଣ ମଣ୍ଡପ ପରିସରରେ ଏକତ୍ରିତ ହୋଇଥିଲେ। ଅୟୋଜିତ ମଞ୍ଚ ସଭାରେ ପହଞ୍ଚି ଜଗନ୍ନାଥ ପ୍ରତିମୂର୍ତ୍ତିରେ ଉପଢ଼ୌକନ ସହ ପୁଷ୍ପମାଲ୍ୟ ପ୍ରଦାନ ସହିତ ପ୍ରଦୀପ ପ୍ରଜ୍ଵଳନ କରି ଥାନା ଅଧିକାରୀ,ତହସିଲଦାରଙ୍କ ସମେତ ଉପସ୍ଥିତ ଥିବା ଅତିଥି ବୃନ୍ଦ ଛାତ୍ରଛାତ୍ରୀଙ୍କୁ ସଡକ ସୁରକ୍ଷା ଜନୀତ ବକ୍ତବ୍ୟ ପ୍ରଦାନ କରିଥିଲେ। ଆୟୋଜିତ କାର୍ଯକ୍ରମକୁ ଥାନା ଏଏସଆଇ ମହେଶ୍ୱର ବେହେରା ,ରାଇଟର କେ.ପ୍ରଶାନ୍ତ ପାତ୍ର ,ସମସ୍ତ କନେଷ୍ଟବଳ , ହାବିଲଦାର ,ହୋମ ଗାର୍ଡ ଓ ସମସ୍ତ ଥାନା କର୍ମକର୍ତ୍ତା ସହଯୋଗ କରି କାର୍ଯକ୍ରମକୁ ସଫଳ କରିଥିଲେ ।

Advertisement