ବ୍ରହ୍ମପୁର,୧୭।୧(ଇ.ରଂଜନ) : ବ୍ରହ୍ମପୁର ସଦରଥାନା ପକ୍ଷରୁ ସଡକ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି। ଆକୁଂଶପୁର କେଏଟିଏସ ପକ୍ଷରୁ ଛାତ୍ରୀ ଓ ଥାନାର କର୍ମକର୍ତ୍ତାଙ୍କୁ ନେଇ ଏକ ସଚେତନତା ରାଲି ଅନୁଷ୍ଟିତ ହୋଇଥିଲା । ଏଥିରେ ସଦରଥାନା ଅଧିକାରୀ ସନ୍ତୋଷିନୀ ଓରାମ ଯୋଗଦେଇ ରାଲିକୁ ଉଦଘାଟନ କରିଥିଲେ। ରାସ୍ତାରେ ବିନା ହେଲମେଟରେ ଗାଡି ଚଲାଉଥିବା,ସ୍ପିଡରେ ଗାଡି ଚଳାଉଥିବା ,ସିଟ୍ ବେଲ୍ଟ ନପିନ୍ଧି ଗାଡି ଚଳାଉଥିବା ଚାଳକ ମାନକୁଂ ସଡକ ସୁରକ୍ଷା ନିୟମ ନେଇ ସଚେତନ କରାଇବା ସହ ଗୋଲାପ ଫୁଲ ଦେଇଥିଲେ।ସବୁବେଳେ ହେଲମେଟ ପିନ୍ଧି ଗାଡି ଚଲାଇବାକୁ ପରାମର୍ଶ ଦେଇଥିଲେ।ଏଥିରେ କେଏଟିଏସ ସୁପରିଟେଣ୍ଟ୍ ବିମଳ ପଣ୍ଡା ,ଆନ୍ତଜାତୀୟ ମାନବାଧିକାର ପରିଷଦ ଜିଲ୍ଲା ସଭାପତି ସଂଜୟ ମହାରଣା,ଅତିରିକ୍ତ ଥାନା ଅଧିକାରୀ ବିଶ୍ବନାଥ ଜାଲି,ଏସଆଇ ବିଭୂତି ସେଠୀ,ବିନିତ ଶତପଥୀ,ସୁରେଶ ସାହୁ,ଉଷା ଦାଶଙ୍କ ସହ ଥାନାର ସମସ୍ତ ହାବିଲଦାର୍,କନେଷ୍ଟବଳ ,କର୍ମକର୍ତ୍ତାଙ୍କ ସହ କେଏଟିଏସ୍ ମହାବିଦ୍ୟାଳୟର ଛାତ୍ରୀମାନେ ଯୋଗଦେଇଥିଲେ।

















