ବ୍ରହ୍ମପୁର,୧୭/୧(ହିମାଂଶୁ ପାଢୀ):ଆଜି ସକାଳ ୮ଟା ସମୟରେ ସତେ ଯେମିତି ଲାଗୁଥିଲା ଭଞ୍ଜନଗର ସହରରେ କୌଣସି ସିନେମାର ସୁଟିଙ୍ଗ ଚାଲିଛି। ରାସ୍ତାରେ ଯାଉଥିବା ଲୋକମାନେ କିଛି ବୁଝିବା ଆଗରୁ ପ୍ରାଣ ବିକଳରେ ଏଣେ ତେଣେ ଦୌଡିଥିଲେ। ଏକ ନୀଳ ରଙ୍ଗର ନମ୍ବର ବିହୀନ କାରକୁ ପୋଲିସ ଭ୍ୟାନ ବସ ଷ୍ଟାଣ୍ଡ ରାସ୍ତାରେ ଦ୍ରୁତ ଗତିରେ ଗୋଡାଉଥିଲା। କାରଟି ମୁଖ୍ୟ ରାସ୍ତା ଛାଡି ନାହାତୁଠ ସାହି ରାସ୍ତାରେ ଗାମୁଣ୍ଡି ଆଡକୁ ଯାଉଥିବା ବେଳେ ପୋଲିସ ଗାଡ଼ି ମଧ୍ୟ ତା ପଛରେ ଅନୁସରଣ କରୁଥିଲା। ଶେଷରେ ଗାମୁଣ୍ଡି ଗ୍ରାମର ଏକ ବୁଲାଣି ରାସ୍ତାରେ ସାମ୍ନାପଟୁ ଏକ ଅଟୋ ଆସୁଥିବାରୁ କାରଟି ଆଉ ଆଗକୁ ଯାଇନ ପାରି ଅଟକିଥିଲା। ପୋଲିସ ସେହି କାରଟିକୁ ଜବତ କରି ଥାନାକୁ ଆଣି ସେଥିରେ ଥିବା ୩ଜଣ ଲୋକଙ୍କୁ ଅଟକ ରଖି ପଚରା ଉଚରା କରୁଛି। ସେହି କାରଟିରେ ବିପୁଳ ପରିମାଣରେ ଗଞ୍ଜେଇ ଥିବା ଅନୁମାନ କରାଯାଉଛି ।

















