Friday, November 20, 2026
ADVERTISEMENT
Home ଆଞ୍ଚଳିକ ୫-ଟି ସମ୍ବନ୍ଧିତ କାର୍ଯ୍ୟକ୍ରମ ଗୁଡିକର ପ୍ରଚାର ନିମନ୍ତେ ଗଡିଲା ସମ୍ପର୍କ ରଥ

୫-ଟି ସମ୍ବନ୍ଧିତ କାର୍ଯ୍ୟକ୍ରମ ଗୁଡିକର ପ୍ରଚାର ନିମନ୍ତେ ଗଡିଲା ସମ୍ପର୍କ ରଥ

461
ADVERTISEMENT

ପାରଳାଖେମୁଣ୍ଡି,୧୭।୧(ପ୍ରଭାତ କୁମାର ପାତ୍ର ) : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ଆନୁକୂଲ୍ୟରେ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ , ଜିଲ୍ଲା ବ୍ୟାପି ଜନ ସଚେତନତା ପାଇଁ ବାହାରି ଥିବା ସମ୍ପର୍କ ରଥ ଅଭିଯାନର ଶୁଭାରମ୍ଭ ହୋଇଛି। ଏହି ଶୁଭାରମ୍ଭରେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଟି ଆଓ ଓ ଗଜପତି ଜିଲ୍ଲାପାଳ ଅନୁପମ ଶାହା ଯୋଗଦେଇ ମିଳିତ ଭାବେ ଉଭୟ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ ଅନୁପମ ସାମ୍ବାଦିକ ମାନଙ୍କୁ ସମ୍ପର୍କ ରଥ ସମ୍ପର୍କରେ ଅଧିକ ସୂଚନା ଦେଇ କହିଛନ୍ତି ଯେ ଏହି ସମ୍ପର୍କ ରଥ ଏସିସି-ଏସିଟି ଉନ୍ନୟନ ବିଭାଗ ପକ୍ଷରୁ ମୁଖ୍ୟତଃ ଭାବେ ସରକାରଙ୍କ ୫-ଟି ରେ ଯେଉଁ କାର୍ଯ୍ୟକ୍ରମ ସବୁ ରହିଛି ସେ ସମ୍ପର୍କରେ ଜିଲ୍ଲା ବାସୀଙ୍କୁ କିଭଳି ପହଞ୍ଚା ଯାଇପାରିବ ସେଥିପାଇଁ ଏହି ସମ୍ପର୍କ ରଥ ଗୁଡିକୁ ଶୁଭାରମ୍ଭ କରାଯାଇଛି। ଏହି ସମ୍ପର୍କ ରଥ ଜିଲ୍ଲାର ପ୍ରତେକ ବ୍ଲକ ଗୁଡିକୁ ଯାଇ ସରକାରଙ୍କ ୫-ଟି ରେ ରହିଥିବା କାର୍ଯ୍ୟକ୍ରମ ଗୁଡିକ ଉପରେ ପ୍ରଚାର କରିବା ସହ ଲୋକଙ୍କୁ ଆଜିଠାରୁ ଆରମ୍ଭ କରି ଏହା ୧୦ ଦିନ ଧରି ଅବଗତ କରାଇ ସଚେତନତା କରାଇବ ବୋଲି କହିଥିଲେ।ଏହି ସମ୍ପର୍କ ରଥ ଶୁଭାରମ୍ଭରେ ଅନ୍ୟ ମାନଙ୍କୁ ମଧ୍ୟରେ ଗୁଣୁପୁରଉପ-ଜିଲ୍ଲାପାଳ ବିଏସ ବଳରାମ, ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଞାନରଞ୍ଜନ ଭଞ୍ଜଦେଓ, ଉପ-ଜିଲ୍ଲାପାଳ ରଜନୀ କାନ୍ତ ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ ଶେଷଦେବ ମିଶ୍ର, ଆଇଟିଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସୋରର କୁମାର ବେହେରା, ଡିସିପିୟୁ ଅରୁଣ କୁମାର ତ୍ରିପାଠୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Advertisement