Friday, November 20, 2026
ADVERTISEMENT
Home ଆଞ୍ଚଳିକ ଜିଲ୍ଲାପାଳ ଜଗାକୁ ୧୦ ହାଜର ଦେବା ସହ ସ୍ୱାସ୍ଥ୍ୟ ଅବସ୍ଥା ବୁଝିଲେ

ଜିଲ୍ଲାପାଳ ଜଗାକୁ ୧୦ ହାଜର ଦେବା ସହ ସ୍ୱାସ୍ଥ୍ୟ ଅବସ୍ଥା ବୁଝିଲେ

328
ADVERTISEMENT

ବ୍ରହ୍ମପୁର,୧୭/୧(ହିମାଂଶୁ ପାଢୀ):ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀ ଶେରଗଡ଼ ବ୍ଲକ ଗୋଠଗାଁର ପ୍ରଭାକର ପ୍ରଧାନଙ୍କ ସାନପୁଅ ଜଗା (୧୦)ଅଜଣା ଭୟଙ୍କର ରୋଗରେ ଆକ୍ରାନ୍ତ ହୋଇଛି। ଏଥି ପାଇଁ ସେ ଅସହ୍ୟ ଯନ୍ତ୍ରଣା ମଧ୍ୟ ପାଉଛି। ଖେଳିବା, ବୁଲିବା ସହ ପଢିବାକୁ ଇଛା ଥିଲେ ମଧ୍ୟ ନିଜର ବିକୃତ ଚେହେରାକୁ ନେଇ ଘରେ ପଡ଼ିରହିବା ପାଇଁ ବାଧ୍ୟ ହୋଇଛି । ଜଗାର ଚିକିତ୍ସା ନିମନ୍ତେ ପ୍ରଭାକର ବିଭିନ୍ନ ସମୟରେ ଚିକିତ୍ସା କରି ଟଙ୍କା ବାକି ହୋଇଥିଲେ ମଧ୍ୟ ଜଗାର ସ୍ୱାସ୍ଥ୍ୟରେ କିଛି ଉନ୍ନତି ନ ହେବା ଯୋଗୁଁ ଚିକିତ୍ସା ଆଉ ନକରି ଘରେ ବସି ରହିଥିଲେ।ଆଉ ପ୍ରଭାକରଙ୍କ ପରିବାର ପାଇଁ ସବୁ ସରକାରୀ ସ୍ୱାସ୍ଥ୍ୟ ସୁବିଧା ଅପହଞ୍ଚ ହୋଇ ପଡି ରହିଥିଲା। ଜଗାର ଏହି ଅବସ୍ଥା ସମ୍ପର୍କ ରେ ଗଣମାଧ୍ୟମରେ ଖବର ପ୍ରକାଶନ ପରେ ପ୍ରଶାସନର ତତ୍ପରତା ପ୍ରକାଶ ପାଇଛି। ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ବୁଧବାର ରାତି ରେ ଆସ୍କା ଫେଷ୍ଟ୍ ରୁ ଫେରିବା ବେଳେ ଗୋଠଗାଁ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ସ୍ଥାନୀୟ ଶେରଗଡ଼ ବିଡିଓ ସୁରଞ୍ଜନ କୁମାର ସାହୁ, ସରପଞ୍ଚଙ୍କ ଉପସ୍ଥିତରେ ଅଜଣା ରୋଗରେ ଆକ୍ରାନ୍ତ ଜଗାର ସ୍ୱାସ୍ଥ୍ୟ ଅବସ୍ଥା ଦେଖିବା ସହ ରେଡକ୍ରସ ପାଣ୍ଠିରୁ ଦଶ ହଜାର ଟଙ୍କା ପ୍ରଦାନ କରିଛନ୍ତି।ଜଗା ଜନ୍ମ ହେବାର ଅଧା ଘଣ୍ଟା ପରେ ଅଚାନକ ତାହାର ଦେହ ପଲିଥିନ ଭଳି ରଙ୍ଗ ହେବା ସହ ଶରୀରରୁ ଚର୍ମ ଛାଡ଼ିବା ସହ ପୋଡ଼ିବା ପରିସ୍ଥିତି ସୃଷ୍ଟି ହୋଇଯାଇଛି । ବିଶେଷ କରି ଗରମ ଦିନେ ଜଗାର ସ୍ଥିତି ଅତି ସାଙ୍ଘାତିକ ହୋଇପଡୁଛି। ଦିନ ତମାମ ପାଣି କୁଣ୍ଡ ମଧ୍ୟରେ ବସି ରହୁଛି।ସୂଚନା ଅନୁସାରେ ଏଥି ସହ ଅଧିକ ଚିକିତ୍ସା ନିମନ୍ତେ ଆଜି ସ୍ୱାସ୍ଥ୍ୟ ଟିମ ଜଗାର ଘରକୁ ଆସିବେ ବୋଲି ଜଣାପଡ଼ିଛି। ସେହିପରି ଭୁବନେଶ୍ୱର ଏମ୍‌ସ (ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ)ରେ ଚିକିତ୍ସା ନିମନ୍ତେ ପଦକ୍ଷେପ ଆରମ୍ଭ ହେବ ବୋଲି ସୂଚନା ମିଳିଛି।

Advertisement