ବ୍ରହ୍ମପୁର,୧୫।୧(ହିମାଂଶୁ ପାଢୀ) : ବଳାତ୍କାରକୁ ନେଇ ସାରାଦେଶରେ ତାତି ଥମୁ ନ ଥିବା ବେଳେ ବ୍ରହ୍ମପୁର ପୋଲିସ ଗତ ୧୧ତାରିଖ ସଂନ୍ଧ୍ୟାରେ ସୋନପୁର ମେରାଇନ ଥାନା ଅଧିନରେ ଜଣେ ୧୪ ବର୍ଷୀୟା ନାବାଳିକାକୁ ବଳାତ୍କାର କରାଯାଇଥିବା ନେଇ ବ୍ରହ୍ମପୁର ମହିଳାଥାନାରେ ପିଡୀତାଙ୍କ ବାପା ଅଭିଯୋଗ କରିଥିଲେ। ପିଡୀତା ରକ୍ତ ଜୁଡୁବୁଡୁ ଅବସ୍ଥାରେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ମହିଳାଥାନା ଅଧିକାରୀ ଅଞ୍ଜଳି ବିଶ୍ବାଳ ମେଡିକାଲରେ ପହଞ୍ଚି ପିଡୀତାଙ୍କ ସ୍ବାସ୍ଥ୍ୟବସ୍ଥା ବୁଝିବା ସହ ଅଭିଯୁକ୍ତଙ୍କ ସମ୍ପର୍କରେ ବୁଝିଥିଲେ । ପରେ ପୁଲିସ ତାର ତଦନ୍ତ ଜାରି ରଖି ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ସୋନପୁରର ଦନାର୍ଦ୍ଧନ ବେହେରା, ଆରୁଆ ସୋନପୁରର ମିଥୁନ ଦାସ ।ସେମାନଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମୀଳନୀରେ ବ୍ରହ୍ମପୁର ଏସପି ପିନାକୀ ମିଶ୍ର ସୂଚନା ଦେଇଛନ୍ତି।


















