Friday, November 20, 2026
ADVERTISEMENT
Home ଆଞ୍ଚଳିକ ବେଗୁନିଆପଡା ବ୍ଲକର ଦୁର୍ଗମ ଅଞ୍ଚଳରେ ବନ ବିଭାଗ ତରଫରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ବେଗୁନିଆପଡା ବ୍ଲକର ଦୁର୍ଗମ ଅଞ୍ଚଳରେ ବନ ବିଭାଗ ତରଫରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

309
ADVERTISEMENT

କୋଦଳା,୧୫।୧(ଡି.ଏଚ) : ବେଗୁନିଆପଡା ବ୍ଲକର ଵାଲାସିଂ ଓ ଖଳାଡ଼ି ଭଳି ଦୁର୍ଗମ ଅଞ୍ଚଳରେ ବନ ବିଭାଗ ତରଫରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡ଼ଃ ଜୟଦେବ ନାୟକ ଓ ରୋଗ ନିଦାନକାରୀ ସୁକାନ୍ତ କୁମାର ନାୟକଙ୍କ ଦ୍ଵାରା ମେଲେରିଆ,ରକ୍ତଚାପ,ମଧୁମେହ ପରୀକ୍ଷା ସହ ସେମାନଙ୍କୁ ମାଗଣା ଔଷଧ ବିତରଣ କରାଯାଇଥିଲା। ଏଥିରେ ପୋଲସରା ବନ ବିଭାଗର ଅଫିସର ସଚିନ କୁମାର ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ କୋଦଳା ବନାଞ୍ଚଳ ଅଧିକାରୀ ବଂଶୀଧର ପ୍ରଧାନ, ବନ ରକ୍ଷକ ଲାଜୁ ଶବର ଓ ଅନ୍ୟମାନେ ସହଯୋଗ କରିଥିଲେ।

Advertisement