ବାଲିଗୁଡ଼ା,୧୫।୧(ବାଳକୃଷ୍ଣ ପାଢ଼ୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡରେ ୩୧ତମ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି । ଏହି ଦିବସକୁ ବାଲିଗୁଡ଼ା ପୋଲିସ ଏକ ଅଭିନବ ପ୍ରୟାସରେ ପାଳନ କରିଛନ୍ତି । ଏହି କାର୍ଯ୍ୟକ୍ରମ ବାଲିଗୁଡ଼ା ଗାନ୍ଧୀଛକ ଠାରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ମାନସ ରଞ୍ଜନ ବାରିକ ଜନସାଧାରଣ ମାନଙ୍କୁ ଚକଲେଟ ଦେଇ ଯାନବାହାନ ଚଳାଇବେ ଏନେଇ ଲୋକଙ୍କ ସଚେତନ କରିବା ସହ ଏକ ମୋଟର ସାଇକଲ ଶୋଭାଯାତ୍ରା କରଯାଇଥିଲା ।


















