ବ୍ରହ୍ମପୁର,୧୫।୧(ଇ.ରଞ୍ଜନ) : ଗୋଶାଣୀ ନୁଆଗାଁ ସ୍ଥିତ “ଜୟ ଜଗନ୍ନାଥ ଦିବ୍ୟାଙ୍ଗ ସଂସ୍ଥା” ତରଫରୁ ବ୍ରହ୍ମପୁର ସହର ଉପକଣ୍ଠ ଜଗଦଳପୁର ଠାରେ ରକ୍ତ ଏବଂ ନେତ୍ର ଦାନ ସମ୍ପର୍କିତ ଏକ ଜନଜାଗରଣ ଅଭିଯାନ ମେଳା ଗତକାଲି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଭଜନ ସଂଗୀତ ମାଧ୍ୟମରେ ସ୍ବେଛାକୃତ ରକ୍ତଦାନ ସହ ମୃତ ବ୍ୟକ୍ତିଙ୍କର ନେତ୍ରଦାନ କରି ଅସହାୟଙ୍କୁ ସହାୟତା କରିବା ପାଇଁ ଦିବ୍ୟାଙ୍ଗ ମାନେ ଜନ ସଚେତନତା ସୃଷ୍ଟି କରିଥିଲେ । ଏହି ମହତ କାର୍ଯ୍ୟରେ କିଛି ବଦାନ୍ୟ ବ୍ୟକ୍ତି ପୃଷ୍ଠପୋଷକ କରିବା ସହ ସେମାନଙ୍କୁ ସହାୟତାର ହାତ ବଡ଼ାଇଥିଲେ ।

















