Friday, November 20, 2026
ADVERTISEMENT
Home ଆଞ୍ଚଳିକ ବନ୍ଥପଲ୍ଲୀ ଗ୍ରାମରେ ବାବା ନାଗେଶ୍ବର ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ବନ୍ଥପଲ୍ଲୀ ଗ୍ରାମରେ ବାବା ନାଗେଶ୍ବର ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

352
ADVERTISEMENT

କୁକୁଡାଖଣ୍ଡି,୧୫।୧(ଇ.ରଞ୍ଜନ) : ବନ୍ଥପଲ୍ଲୀ ଗ୍ରାମରେ ଯୁବକସଂଘ ପକ୍ଷରୁ ଆୟୋଜିତ ବାବା ନାଗେଶ୍ବର ଭଲିବଲ ଟୁର୍ଣ୍ଣାମେଣ୍ଟ ବୁଧବାର ଉଦଘାଟିତ ହୋଇଯାଇଛି । ସମାଜସେବୀ ବିରେନ୍ଦ୍ରଗୌଡକଂ ତତ୍ବାବଧନରେ ଆୟୋଜିତ ଖେଳରେ ମୁଖ୍ୟ ଅତିଥି ଭାବେ ଦିଗପହଣ୍ଡି ଥାନା ଅଧିକାରୀ ବସନ୍ତସେଠୀ ଯୋଗଦେଇ ଉଦଘାଟନ କରିଥିଲେ। ସମ୍ନାନିତ ଅତିଥିଭାବେ ଗ୍ରାମର ଭଦ୍ରବ୍ୟକ୍ତି ଗୋପି ଗୌଡ,ମହେଶ ଚନ୍ଦ୍ର ଭୂୟାଁ ଯୋଗଦେଇଥିଲେ।ଏଥିରେ କୁକୁଡାଖଣ୍ଡି ବ୍ଲକରେ କାଯ୍ୟରତ ସାମ୍ବାଦିକ ନୃସିଂହନାଥ ସାବତ,ହିମାଂଶୁପାଢୀ,ଉମା ପାଣିଗ୍ରାହୀ,ଅସିତ ପଣ୍ଡା,ପ୍ରକାଶ ଦୋରା,ଆଶୁତୋଷ ମହାପାତ୍ର,ଇ.ରଂଜନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରଥମ ଦିନ କୁମ୍ଭଝରି -ଲାଠି,ପୁରୁଣା ବ୍ରହ୍ମପୁର-ବାଲିପଡା ମଧ୍ୟରେ ଖେଳ ଅନୁଷ୍ଟିତ ହଇଥିଲା। ପିକୁ ଗୌଡ ରେଫରି ଦାୟିତ୍ବ ତୁଲାଇଥିବା ବେଳେ ଜୟସେନ ସ୍ବାଇଁ ,ଯୋଗି ରାଉତ,ଜିତୁ ବିଷୋୟୀ ,ସୁଶାନ୍ତ ଭୂୟାଁଙ୍କ ସହ ଯୁବକ ସଂଘର କର୍ମକତ୍ତା ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Advertisement