ବ୍ରହ୍ମପୁର,୧୫।୧(ହିମାଂଶୁ ପାଢ଼ୀ ): ଆସିକା ଥାନା ପୋଲିସ୍ ପକ୍ଷରୁ ସାହସପୁର ଗ୍ରାମ ନିକଟ କନ୍ଧୁଣିଦେବୀ ମନ୍ଦିର ନିକଟ ପାହଡରେ ଚଢଉ କରି ପୋଲିସ ୪ ଜଣକୁଂ ଗିରଫ କରିବା ସହ ସେମାନକଂ ନିକଟରୁ ଗୋଟିଏ ଟ୍ରାକ୍ଟର(ଓଡି୩୨-୯୬୫୬),ଗୋଟିଏ କମ୍ପ୍ରେସର,ଗୋଟିଏ ଡ୍ରିଲ୍ଗଂ ମେସିନ୍,୪ଟି ବଡଲୁହାଛଡ,୫ଟି ଛୋଟ ଲୁହାଛଡ,୨ଟି ପ୍ଲାଷ୍ଟିକ ପାଇପ,୩୦ଟି ଜିଲୋଟିନ ଜରିବ୍ୟାଗ, ୨ବସ୍ତାବାଲି, ୨ଟି ଝୁଡି, ୧ଟିକ୍ରୋବାର୍,୧ଟି ହାତୁଡି,୬୫ଟି ଇଲେକ୍ର୍ଟିକ୍ ଡିଟୋନେଟର ଜବତ କରିଛି ଗିରଫ ହେଲେ। ସାହାପୁରର ସୁରେନ୍ଦ୍ର ନାହାକ(45),ତାରିଣିପଲ୍ଲୀର ବୁଦ୍ଧିଆଦାସ(୨୫),ଦାସରଥୀଦାସ(୩୦),ବିରିପୁରର ରଂଜନଦାସ(୨୦)।ଏନେଇ ଆସିକାଥାନାରେ କେସ୍ ନଂ ୨୦/୨୦୨୦ରେ ଏକମାମଲା ରୁଜୁକରି କୋର୍ଟ ଚାଲାଣ କରିଥିବା ଥାନାଥିକାରୀ ପ୍ରଶାନ୍ତ ସାହୁ ସୂଚନା ଦେଇଛନ୍ତି।

















