Friday, November 20, 2026
ADVERTISEMENT
Home ଆଞ୍ଚଳିକ ବାଣୀପୀଠ ବାର୍ଷିକ ମହୋତ୍ସବ: ଗଞ୍ଜାମ ଜିଲ୍ଲାର ସଞ୍ଜୟ ମଧୁସୂଦନ ସ୍ମୃତି ସମ୍ମାନ ପାଇଲେ

ବାଣୀପୀଠ ବାର୍ଷିକ ମହୋତ୍ସବ: ଗଞ୍ଜାମ ଜିଲ୍ଲାର ସଞ୍ଜୟ ମଧୁସୂଦନ ସ୍ମୃତି ସମ୍ମାନ ପାଇଲେ

389
ADVERTISEMENT

ବ୍ରହ୍ମପୁର,୧୫।୧(ହିମାଂଶୁ ପାଢ଼ୀ) : ମୟୁରଭଞ୍ଜ ଜିଲ୍ଲାର ବିବେକାନନ୍ଦ ବିହାରରେ ବାଣୀପୀଠ ବାର୍ଷିକ ମହୋତ୍ସବ ଅନୁଷ୍ଠିତ ହୋଇଥିଲା।ଏଥିରେ ସଭାପତି ଲକ୍ଷ୍ମୀଧର ରାଉତଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ହୋଇଥିଲା। ମୁଖ୍ୟ ଅତିଥି ଭାବେ ରାଜସ୍ୱ ବିପର୍ଯ୍ୟୟ ମନ୍ତ୍ରୀ ଶ୍ରୀ ସୁଦାମ ମରାଣ୍ଡି ଯୋଗଦେଇ ଉଦ୍ଘାଟନ କରିଥିଲେ।ପରେ ଗଂଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମର ଶ୍ରୀ ସଞ୍ଜୟ କୁମାର ମହାରଣାଙ୍କୁ ମଧୁସୂଦନ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏବଂ ଉତ୍ସବରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ଓଡ଼ିଆ ଭାଷା ସାହିତ୍ୟ ସାଂସ୍କୃତିକ ମନ୍ତ୍ରୀ ଶ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଆନ୍ତର୍ଜାତୀୟ ମାନବାଧିକାର ରାଜ୍ୟ ସଭାପତି ସସ୍ମିତା ଦାସ, ପୂର୍ବତନ ଉପ ବାଚସ୍ପତି ଶ୍ରୀ ସାନନ୍ଦା ମରାଣ୍ଡି ବାଲେଶ୍ବର ପୂର୍ବତନ ସାଂସଦ ରବିନ୍ଦ୍ର ଜେନା, ଏବଂ ବାଣୀପୀଠ ଗୁରୁଜୀ ବାବୁଲି ରାଉତ ସମେତ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

Advertisement