ବ୍ରହ୍ମପୁର,୧୪।୧(ଡି.ଏଚ/ଇ.ରଞ୍ଜନ) : ବର୍ଦ୍ଧିତ ଜନସଂଖ୍ୟା ବୃଦ୍ଧି ଯୋଗୁଁ ବ୍ରହ୍ମପୁର ମହାନଗର ନିଗମରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଜିଲ୍ଲା ପ୍ରଶାସନ କିମ୍ବା ପୋଲିସ ପ୍ରଶାସନ ତାହାକୁ ନିୟଂତ୍ରଣ କରିବାରେ ବିଫଳ ହେବା ଯାଗୁଁ ଅସନ୍ତୋଷ ବୃଦ୍ଧି ପାଉଛି । ବିଶେଷ କରି ଗେଟବଜ଼ାର, ସିଟି ହସ୍ପିଟାଲ, ଷ୍ଟେଟ ବ୍ୟଙ୍କ ରୋଡ଼ , ନନ୍ଦନ ହୋଟେଲ , ପୁରୁଣା ବସ ଷ୍ଟାଣ୍ଡ ,ଗାନ୍ଧୀ ନଗର , ଧର୍ମନଗର, ସାଇ କମ୍ପ୍ଲେସ ପ୍ରଭୃତି ଅଂଚଳରେ ଏହି ସମସ୍ୟ ଉତ୍କଣ୍ଠା ହେବାରେ ଲାଗିଛି । ନିଷିଦ୍ଧାଞ୍ଚଳରେ ଗାଡି ମୋଟର ବେଆଇନ ପର୍କିଙ୍ଗ ଯୋଗୁଁ ମଧ୍ୟ ଏହି ସମସ୍ୟାରେ ସାଧାରଣ ଚଳାଚଳ ଅପ୍ରୀତିକର ପରିସ୍ଥିତ ସୃଷ୍ଟି ହେଉଛି । ଛାତ୍ର ଛାତ୍ରୀ ରୋଗୀ, ବୟସ୍କ ବ୍ୟକ୍ତି ପ୍ରଭୃତି ଏଥି ଦ୍ୱାରା ପ୍ରଭାହିତ ହେଉଥିବା ମଧ୍ୟ ଅଭିଯୋଗ ହେଉଛି । ଏହା ଛଡା ଉଠା ଦୋକାନୀ ମାନଙ୍କ ବେଆଇନ ବ୍ୟବସାୟ ମାନଙ୍କ ଦ୍ୱାରା ମଧ୍ୟ ସମସ୍ୟା ଉତ୍କଣ୍ଠା ହେବାରେ ଲାଗିଛି । ଉଠା ଦୋକାନକୁ ଅନ୍ୟତ୍ର ଉଠାଇ ନେବାକୁ ବୁଦ୍ଧିଯିବି ମହଲରେ ଦାବି ହେଉଛି ।

















