କନ୍ଧମାଳ,୧୪।୧(ଡି.ଏଚ/ନଳିନୀକାନ୍ତ ମିଶ୍ର) : ସାରାରାଜ୍ୟରେ 11ତାରିଖ ଠାରୁ 17ତାରିଖ ୭ ଦିନ ଧରି ସଡ଼କ ସୁରକ୍ଷା ସପ୍ତାହ ପାଳନ କରିବାପାଇଁ ଘୋଷଣା କରିଥିବାବେଳେ କୋଟଗଡ଼ ବ୍ଲକରେ ଜାତୀୟ ସଡ଼କ ସୁରକ୍ଷା ଦିବସ ଆଜି ପାଳନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସନ୍ଥଆଶାରାମଜି ବାପୁଡିଗ୍ରୀ କଲେଜର ଛାତ୍ରଛାତ୍ରୀ, ହାଇସ୍କୁଲର ଛାତ୍ରଛାତ୍ରୀ କୋଟଗଡ଼ ଅଞ୍ଚଳରେ ସଡ଼କ ସୁରକ୍ଷା ପାଇଁ ଏକ ସଚେତନା ରାଲି ଆୟୋଜନ କରାଯାଇଛି । ଏହି ରାଲିରେ ଅଧକ୍ଷ ଶ୍ରୀଯୁକ୍ତ ମୋନରଞ୍ଜନ ଜେନା ଅଧ୍ୟାପକ ଶ୍ରୀଯୁକ୍ତ ଚରଣ ମିଶ୍ର ଶ୍ରୀ ସନ୍ତୋଷ ବେହେରା ଜିତେନ୍ଦ୍ର ଯେନା ପିଙ୍କୁପ୍ରଧାନ ଏବଂ ଶ୍ରୀମତି ଅର୍ଣ୍ଣପୂର୍ଣ୍ଣା ଦାସ ଓ କୋଟଗଡ଼ ଥାନା ଭାରପ୍ରାପ୍ତ ଅଧିକାରୀ ହରମୋହନ ନାୟକ ଓ ଅତିରିକ୍ତ ଉପାଧିକରୀ ବିପ୍ରଚରଣ କହଂର ଓ ଅନ୍ୟାନ ପୋଲିସ ଓ ହୋମଗାର୍ଡ ମାନେ ଏହି ସଚେତନତା ରାଲିରେ ଯୋଗ ଦେଇଥିଲେ । ସମଗ୍ର ଅଞ୍ଚଳର ସାଧାରଣ ଜନତାଙ୍କୁ ଓ କଲେଜର ଛାତ୍ର ଛାତ୍ରୀଙ୍କୁ ଟ୍ରାଫିକ ନିୟମ ସଚେତନ କରିବା ସହ ଗାଡ଼ି ଚଲାଇବା ବେଳେ ହେଲମେଟ ଲଗାଇ ଗାଡ଼ି ଚଲାଇବା ଓ ଅଠରବର୍ଷରୁ ନିମ୍ନ ବୟସ୍କ ଛାତ୍ର ଛାତ୍ରୀ ବିନା ଲାଇସେନ୍ସରେ ଗାଡି ନ ଚଲାଇବାକୁ ପ୍ରବର୍ତାଇଥିଲେ ଓ ସିଟବେଲଟ ବାନ୍ଧି ଗାଡି ଚଲେଇବା ନିମନ୍ତେ ପ୍ରଚାର କରି କହିଥିଲେ ।


















