କନ୍ଧମାଳ,୧୪।୧(ଡି.ଏଚ/ସୁରେଶ ପଣ୍ଡା ) : କନ୍ଧମାଳରେ ଆଗାମୀ ୨୦୨୦/୨୧ ଆର୍ଥିକ ବର୍ଷ ବଜେଟ ପାଇଁ ପ୍ରାକ କର୍ମଶାଳା ଆୟୋଜନ କରାଯାଇଥିଲା ଏହି କର୍ମଶାଳାର ଆୟୋଜନ କନ୍ଧମାଳ ଜିଲ୍ଲା ଜନ ବିକାଶ ସହଯୋଗରେ ଫୁଲବାଣୀ ସ୍ବେଛାସେବୀ ମହାସଂଘ ନିପୀଡ଼ିତ ଠାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାର ରାଜ୍ୟରେ ଏକ ସମତୁଲ ବଜେଟ କରିବା ପାଇଁ ଜନସାଧାରଣ ଓ ବୁଦ୍ଧିଜୀବୀଙ୍କ ପରାମର୍ଶ ଆହ୍ୱାନ କରିଛନ୍ତି । ରାଜ୍ୟର ସମସ୍ତ ନାଗରିକ କିପରି ଉପକୃତ ହେବେ,ଶିକ୍ଷା ସ୍ୱାସ୍ଥ୍ୟ,ପାନୀୟ ଜଳର ସମସ୍ୟା ବିକାଶ ହୋଇପାରିବ । ଏନେଇ ଆଲୋଚନା ହୋଇଥିଲା ।

















