Friday, November 20, 2026
ADVERTISEMENT
Home ଆଞ୍ଚଳିକ କନ୍ଧମାଳରେ ବୃଦ୍ଧବୃଦ୍ଧାଙ୍କୁ ଶୀତ ବସ୍ତ୍ର,କମ୍ବଳ ବଣ୍ଟନ

କନ୍ଧମାଳରେ ବୃଦ୍ଧବୃଦ୍ଧାଙ୍କୁ ଶୀତ ବସ୍ତ୍ର,କମ୍ବଳ ବଣ୍ଟନ

993
ADVERTISEMENT

କନ୍ଧମାଳ,୧୪।୧(ଡି.ଏଚ/ସୁରେଶ କୁମାର ପଣ୍ଡା) : ସାରାରାଜ୍ୟରେ ଶୀତର ଲହରୀ ଜାରିରହିଥିବା ବେଳେ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ତାପମାତ୍ରା 5ରୁ 6ଡ଼ିଗ୍ରୀ ରହୁଥିବା ବେଳେ ଏହି ଶୀତରୁ ରକ୍ଷା ପାଇବା ପାଇଁ ଫୁଲବାଣୀ ସହରରେ ଯୁବ କର୍ମକର୍ତ୍ତା କନ୍ଧମାଳ ତରଫରୁ ଆବାଳ ବୃଦ୍ଧବୃଦ୍ଧାଙ୍କୁ ଶୀତ ବସ୍ତ୍ର,କମ୍ବଳ ବଣ୍ଟନ କରାଯାଇଛି । ଏହି ବଣ୍ଟନ କାର୍ଯ୍ୟକ୍ରମ ଫୁଲବାଣୀ ଗାନ୍ଧୀ ଛକ ଠାରୁ ଆରମ୍ଭ କରାଯାଇ ବସଷ୍ଟାଣ୍ଡ, ଜଗନ୍ନଥ ମନ୍ଦିର, ସାଇ ମନ୍ଦିର, କୋର୍ଟ ଛକ, ମେଡ଼ିକାଲ ଛକ, ମାଦିକୁଦା ଛକ ଓ ପଞ୍ଚାୟତ ଭବନ ଅଂଚଳରେ ବଣ୍ଟନ କରାଯାଇଥିଲା । ଏହା ଯୁବକର୍ମ କର୍ତ୍ତା କନ୍ଧମାଳ ଟିମର ସଭାପତି ଅଂଶୁମାନ ପ୍ରିୟଦର୍ଶନ, କଳ୍ପନା କହଁର, ଐଶ୍ଵରିୟା ନାୟକ, ଟି ସାଇ ଶ୍ରୀ ଦ୍ୱାରା ବଣ୍ଟନ କରାଯାଇଥିଲା

Advertisement