Friday, November 20, 2026
ADVERTISEMENT
Home ଆଞ୍ଚଳିକ ଗଞ୍ଜେଇ ଗାଡ଼ିକୁ ଗୋଡେଇ ଥାନା ଭାରପ୍ରାପ୍ତ ଅଧିକାରୀ ଆହାତ

ଗଞ୍ଜେଇ ଗାଡ଼ିକୁ ଗୋଡେଇ ଥାନା ଭାରପ୍ରାପ୍ତ ଅଧିକାରୀ ଆହାତ

455
ADVERTISEMENT

କନ୍ଧମାଳ,୧୪।୧ଡି.ଏଚ/ ବାଳକୃଷ୍ଣ ପାଢ଼ୀ) :ଗଞ୍ଜେଇ ଗାଡ଼ି ଗୋଡ଼େଇବା ବେଳେ ରାଇକିଆ ଥାନା ଭାରପ୍ରାପ୍ତ ଅଧିକାରୀଙ୍କ ଗାଡ଼ି ବୁଡ଼ାମାହା ଠାରେ ଏକ ଶଙ୍ଖ ତଳକୁ ଓଲଟି ପଡ଼ିଛି ଯାହାଫଳରେ ଥାନା ଭାରପ୍ରାପ୍ତ ଅଧିକାରୀ ଅଲେଖ ଗରଡ଼ିଆ ଗୁରୁତର ଆହାତ ହୋଇଥିବା ସହ ଡ୍ରାଇଭର ଆର୍ଯ୍ୟଦେବ ପ୍ରଧାନ ଓ ହୋମଗାର୍ଡ଼ ସାଜେସ ପ୍ରଧାନ ଆହାତ ହୋଇ ପ୍ରାଥମିକ ଚିକିତ୍ସାଳୟ ରାଇକିଆକୁ ନଆଯାଇଥିଲା ସେଠାରେ ଥାନାଭାରପ୍ରାପ୍ତ ଅଧିକାରୀଙ୍କୁ ଭୁବନେଶ୍ୱର ଓ ଡ୍ରାଇଭରକୁ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ଘଟଣା ହେବାର ୨ କିଲୋମିଟର ପରେ ଗେଞ୍ଜଇ ନେଉଥିବା ଗାଡ଼ି (ଓଡିଶା 02ଜେ 9816) ବାଟରେ ଛାଡ଼ି ପଳେଇଛନ୍ତି ଗଞ୍ଜେଇ ଜବତ କରାଯାଇଛି ।

Advertisement