ବୁଗୁଡା,୧୪।୧(ଡି.ଏଚ/ହିମାଂଶୁ ପାଢୀ) : ବୁଗୁଡା ବ୍ଲକ ବୁଦ୍ଧଖୋଲ ଠାରେ ଚାଲିଥିବା ବୁଦ୍ଧଖୋଲ ମହୋତ୍ସବର ତୃତୀୟ ସଂନ୍ଧ୍ୟାରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ନାନିତ ଅତିଥି ଭାବେ ଗଂଜାମ ଏସପି ବ୍ରିଜେଶରାୟ,ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା,କବିସୂଯ୍ୟନଗର ବିଧାୟକ ଲତିକା ପ୍ରଧାନ ଯୋଗଦେଇଥିଲେ । କମିଟିର ସଭାପତି ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ କାଯ୍ୟକ୍ରମ ପରିଚାଳନା କରିଥିଲେ । ଓଲିଉଡ ଅଭିନେତା ଅରନ୍ଧେନ୍ଦୁ ସାହୁ ମୁଖ୍ୟ ଆକର୍ଷଣ ସାଜିଥିଲେ ।ମହୋତ୍ସବକୁ ଉପଭୋଗ କରିବା ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ଦର୍ଶକ ଉପସ୍ଥିତ ଥିଲେ।

















