କୋଦଳା ,୧୨।୧(ଡି.ଏଚ ) : ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ବୁରୁଝରି ପଞ୍ଚାୟତର ବି. ନୂଆଗାଁ ସ୍ଥିତ ସ୍ଵାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରର ସପ୍ତଦଶତମ ସ୍ଵନକ୍ଷେତ୍ର ଦିବସ ରବିବାର ଦିନ ସଭାପତି ଶ୍ରୀ ଜୟଦେବ ଜେନାଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ସରପଞ୍ଚ କସ୍ତୁରୀ ପରିଡା, ମୁଖ୍ୟ ବକ୍ତାଭାବେ ଅବସର ପ୍ରାପ୍ତ ଶିକ୍ଷା ଅଧିକାରୀ ଶ୍ରୀ ଚନ୍ଦ୍ର ଶେଖର ପଟ୍ଟନାୟକ, ସନ୍ନମାନୀତ ଅତିଥି ଭାବେ ସି ଆର୍ ସି ସି ସନ୍ତୋଷ କୁମାର ସ୍ୱାଇଁ, ସମ୍ପାଦକ ସନ୍ତୋଷ କୁମାର ସାହୁ, ପ୍ରଧାନ ଆଚାର୍ଯ୍ଯ କବିରାଜ ଜେନା ଯୋଗ ଦେଇ ସ୍ଵାମୀ ବିବେକାନନ୍ଦଙ୍କ ଜୀବନାଦର୍ଶ, ଶିକ୍ଷା ପ୍ରତି ଦିଗ୍ ଦର୍ଶନ ଉପରେ ଆଲୋଚନା କରିଥିଲେ l ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ଵ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା l ଏହା ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଶାରୀରିକ କ୍ରୀଡ଼ କୌଶଳ ପ୍ରଦର୍ଶନ ଓ ଶେଷରେ ସଂlସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l


















