Friday, November 20, 2026
ADVERTISEMENT
Home ଆଞ୍ଚଳିକ ରବି ଫସଲ ଉପରେ ଚାଷୀଙ୍କୁ ସଚେତନା କର୍ମଶାଳା

ରବି ଫସଲ ଉପରେ ଚାଷୀଙ୍କୁ ସଚେତନା କର୍ମଶାଳା

445
ADVERTISEMENT

ବ୍ରହ୍ମପୁର,୧୨।୧(ଡି.ଏଚ,ହିମାଂଶୁ ପାଢୀ): ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ସହରର ତହସିଲ କାର୍ଯ୍ୟାଳୟ ନିକଟରେ ଥିବା ମା ଦକ୍ଷିଣକାଳି ଢାବା ପଡିଆ ଠାରେ ଆଜି କଲସ୍ ସିଡ୍ସି୍ ସଂସ୍ଥା ପକ୍ଷରୁ ଏକ ଚାଷୀ ମାନଙ୍କ ସଚେତନା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳା ରେ କବିସୂର୍ଯ୍ୟନଗର ସହର ତଥା ଆସିକା ଅଂଚଳର ବହୁ ଚାଷୀ ମାନେ ଯୋଗ ଦେଇଥିଲେ । ଏଥିସହ ରବି ଫସଲ ତଥା ପନିପରିବା ଫସଲ ଉପରେ ଆଲୋଚନା ହୋଇଥିବା ବେଳେ ଚାଷୀ ମାନେ କିଭଳି ଉପଯୁକ୍ତ ବିହନ ମାଧ୍ୟମରେ ଭଲ ଫସଲ ଅମଳ କରିପାରିବେ ସେ ନେଇ ଆଲୋଚନା ହୋଇଥିଲା । ଏହି କର୍ମଶାଳାରେ ଆଞ୍ଚଳିକ ଅଧିକାରୀ ଦିଲ୍ଲିପ ପଣ୍ଡା , ପ୍ରିୟବ୍ରତ ପଣ୍ଡା ,ସନ୍ତୋଷ ପାଢି ଯୋଗଦେଇ ଚାଷୀ ମାନଙ୍କ ସହ ଆଲୋଚନା କରିଥିବା ବେଳେ କେ. ସୁଧାଶୁଂ କୁମାର ପାତ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Advertisement