କୁକୁଡାଖଣ୍ଡି,୧୨।୧(ଡି.ଏଚ/ଇ.ରଂଜନ) : କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ କଙ୍କିଆ ପଞ୍ଚାୟତ ସ୍ଥିତ ଘଟକେଶ୍ୱର ଶୈବ ପୀଠରେ ପ୍ରତ୍ୟେକ ବର୍ଷ ଭଳି ଏହି ବର୍ଷ ମଧ୍ୟ ପୋଇଲି ଭୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, କୁକୁଡାଖଣ୍ଡି ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର, ବିଡିଏ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ମହାରଣା, ବିଜେଡି ନେତା ଆର. ମୂରଲୀ ମୋହନ,ମୁକୁନ୍ଦ ଗୌଡ଼, ଟି. ଗୋପୀ, ନିରଞ୍ଜନ ଜେନା,ସୁଧିର ରାଉତ ପ୍ରମୁଖ ଉପସ୍ଥିତ ରହି ୧୦୮ ଜଣ ବ୍ରାହ୍ମଣଙ୍କୁ ବ୍ରାହ୍ମଣ ଭୋଜନ ଆପ୍ୟାୟିତ ସହ ଶୀତବସ୍ତ୍ର , କର୍ମକାଣ୍ଡ ପୁସ୍ତକ ଏବଂ ଦକ୍ଷିଣା ପ୍ରଦାନ କରିଥିଲେ l ଏହି ପୋହିଲି ଭୋଗ କାର୍ଯ୍ୟକ୍ରମରେ ଘଟକେଶ୍ୱର ମନ୍ଦିର ପରିଚାଳନା କାର୍ଯ୍ୟକାରୀ ସଭାପତି ଚନ୍ଦ୍ରଧ୍ଵଜ ସାହୁ, ସମ୍ପାଦକ ରବୀନ୍ଦ୍ର ସାହୁ,ମନ୍ଦିର ପରିଚାଳନା କମିଟି ଓ ମନ୍ଦିର ପୂଜକମାନେ ଉପସ୍ଥିତ ରହି ସହଯୋଗ କରିଥିଲେ l ଏହି ପୋହିଲି ଭୋଗ କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ୧ ହଜାରରୁ ଉର୍ଦ୍ଧ୍ବ ବ୍ୟକ୍ତି ଯୋଗ ଦେଇଥିଲେ l


















