ଦିଗପହଣ୍ଡି ,୧୨।୧(ଡି.ଏଚ/ଋଷିକେଶ ବେହେରା ): ଯୁବ ଦିବସ ଅବସରରେ ଗୋକର୍ଣ୍ଣପୁର, ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ପକ୍ଷରୁ କବାଡି ପ୍ରତି ଯୋଗିତା ଆୟୋଜନ କରାଯାଇ ଥିଲା। ବି.ନୂଆଗାଁ ଓ ଖେମୁଣ୍ଡି କଲେଜ ଦିଗପହଣ୍ଡି, କୁଶପଡା, ଓ ଗୋକର୍ଣ୍ଣପୁରର କ୍ରୀଡାବିତ୍ ମାନେ ଭାଗ ନେଇଥିଲେ । ବି.ନୂଆଗାଁ ଗ୍ରାମ ଓ ଖେମୁଣ୍ଡିମାଟି କଲେଜ ମଧ୍ୟରେ କଡା ଟକ୍କର ହୋଇଥିଲା । ସଂଗ୍ରାମ ରେଡ୍ଡୀଙ୍କ ନେତ୍ତୃତ୍ୱ ଲଢ଼ୁଆ ପ୍ରଦର୍ଶନ କରି ବି.ନୂଆଗାଁ ଦଳ ସର୍ବଶ୍ରେଷ୍ଠ ବିଜୟ ହାସଲ କରିଥିଲେ । ଅବସର ପ୍ରାପ୍ତ କ୍ରୀଡା ଶିକ୍ଷକ ଚିନ୍ତାମଣି ଦୋରା ଖେଳ ପରିଚାଳନା କରିଥିଲେ, ଏବଂ ପାଣ୍ଡବ ଦୋରା ସହଯୋଗ କରିଥିଲେ। ମୁଖ୍ୟ ଅତିଥି ଭାବରେ ଦିଗପହଣ୍ଡି ବ୍ଳକ, ଶିକ୍ଷା ବିଭାଗ ଯୋଜନା ଅଧିକାରୀ ଶ୍ରୀ ସନ୍ତୋଷ ଦୋରା ବିଜୟୀ ଦଳକୁ ଟ୍ରଫି ପ୍ରଦାନ କରିଥିବା ବେଳେ ଦ୍ୱିତୀୟ ସ୍ଥାନରେ ଥିବା ଖେମୁଣ୍ଡି କଲେଜ ଦଳକୁ ବରିଷ୍ଠ କ୍ରୀଡାବିତ୍ ଓ ଅଵସର ପ୍ରାପ୍ତ ଶିକ୍ଷକ ଶ୍ରି ସହଦେବ ପଣ୍ଡା ଟ୍ରଫି ପ୍ରଦାନ କରିଥିଲେ । ଡ୍ରିମ ୱାର୍ଲଡ ଚାରିଟାବୁଲ ଟ୍ରଷ୍ଟ ଚ୍ୟାର ମ୍ୟାନ ଶ୍ରୀ ମୋହନ ମଲ୍ଲୀକ୍ କାର୍ଯ୍ୟକ୍ରମର ପ୍ରଯୋଜନା କରି ଥିବା ବେଳେ ଧର୍ମେନ୍ଦ୍ର, ଜୀତେନ୍ଦର,ସୁନୀଲ, ପରମା, ମିଥୁନ ଦୀତିକୃଷ୍ଣ ,କାଳିଆ ରେଡ୍ଡୀ ,ବାଲାଜି ରେଡ୍ଡୀ ଙ୍କର ପ୍ରତ୍ୟକ୍ଷ ତତ୍ୱବଧାନରେ କାର୍ଯ୍ୟକ୍ରମ ସମାପନାନ୍ତେ ମୁଖ୍ୟବକ୍ତା ଶ୍ରୀ ସୁଶାନ୍ତ କୁମାର ଦୋରା ବିଶ୍ୱ ବରେଣ୍ୟ ସ୍ୱାମୀବିବେକାନନ୍ଦଙ୍କ ଜୀବନୀ ଆଧାରିତ ମର୍ମସ୍ପର୍ଶୀ ଅଭିଭାଷଣ ପ୍ରଦାନ କରିଥିଲେ ।



















