Friday, November 20, 2026
ADVERTISEMENT
Home ଆଞ୍ଚଳିକ ପୁଣି ଖଟିଆରେ ବୁହାହେଲେ ରୋଗି

ପୁଣି ଖଟିଆରେ ବୁହାହେଲେ ରୋଗି

493
ADVERTISEMENT

କନ୍ଧମାଳ,୧୧।୧(ଡ଼ି.ଏଚ/ସୁରେଶ ପଣ୍ଡା) : ପୁଣି ଖଟିଆରେ ବୁହାହେଲେ ରୋଗି । ଏହିଭଳି ଦେଖିବାକୁ ମିଳିଛି ବାଲିଗୁଡ଼ା ଉପଖଣ୍ଡର ତୁମୁଡିବନ୍ଧ ବ୍ଲକ୍ ଠାରେ । ଆଜି ଗୁମା ପଞ୍ଚାୟତର ସୁଶାଭଟା ଗ୍ରାମର କୃଷ୍ଣ ମାଝି ନିଜ ସ୍ତ୍ରୀର ପ୍ରସବ ଯନ୍ତ୍ରଣା ହେବାରୁ ଖଟରେ ଦୋଳି କରି ୩ କିଲୋମିଟର ଚାଲି ଚାଲି ଆସୁଥିବାବେଳେ ତୁମୁଡ଼ିବନ୍ଧ ଆସା କର୍ମୀ କମଳା ନାୟକ ଆମ୍ବୁଲାନ୍ସ ସେବା ପାଇଁ ଫୋନ କରିଥିଲେ ‌କିନ୍ତୁ ଅଧା ବାଟରେ ଖରାପ ହୋଇଥିବା ହେତୁ ବହୁ ସମୟ ଜଗିବା ପରେ ୧୨୦୦ ଟଙ୍କା ଦେଇ ଏକ ଅଟୋ ଯୋଗେ ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ବର୍ତମାନ କିନ୍ତୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିବା ବେଳେ ମାଁ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା କହିଛନ୍ତି ଡକ୍ଟର ।

Advertisement