Friday, November 20, 2026
ADVERTISEMENT
Home ଆଞ୍ଚଳିକ ପର୍ଯ୍ୟଟନ ମନ୍ତ୍ରୀଙ୍କ କନ୍ଧମାଳ ଗ୍ରସ୍ତ

ପର୍ଯ୍ୟଟନ ମନ୍ତ୍ରୀଙ୍କ କନ୍ଧମାଳ ଗ୍ରସ୍ତ

318
ADVERTISEMENT

ବାଲିଗୁଡ଼ା,୧୧।୧(ଡ଼ି.ଏଚ/ବାଳକୃଷ୍ଣ ପାଢ଼ୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ାକୁ ଓଡ଼ିଶାର ମାନ୍ୟବର ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଗ୍ରସ୍ତ କରିଥିଲେ ସେ ପ୍ରଥମେ ବନବାସୀ ସେବା ସମିତିରେ ପହଞ୍ଚିଥିଲେ । ବନବାସୀ ସେବା ସମିତିର ନିର୍ଦ୍ଦେଶକ ରବିନାରାୟଣ ପଣ୍ଡା ସ୍ୱାଗତ କରିବା ପରେ ଏହି ଅନୁଷ୍ଠାନର ଶିଶୁ ସୁରକ୍ଷା ଓ ଛାତ୍ର ଛାତ୍ରୀଙ୍କୁ ଭେଟିବା ସହ ନୃତ୍ୟ ଓ ସଂଗୀତକୁ ଅଧିକ ପ୍ରୋତ୍ସାହିତ କରାଯିବ ବୋଲି କହିଥିଲେ । ଏହା ପରେ ବାଲିଗୁଡ଼ା ବିଡ଼ିଓ ଅଫିସ ଯାଇ ସେଠାରେ ପରିଦର୍ଶନ କରିଥିବା ସହ ସମସ୍ତ କର୍ମଚାରୀଙ୍କୁ ପଚାରିବୁଝିବା ସହ ଉପସ୍ଥାନ ଖାତା ଚେକ କରିଥିଲେ ଆମ ଗାଁ ଆମ ବିକାଶ ଓ ଏସଏଚଜି ଗ୍ରୁପ ବିଷୟରେ ଆଲୋଚନା କରିଥିଲେ । ଅଞ୍ଚଳ ମଧ୍ୟରେ ଥିବା ପର୍ଯ୍ୟଟନ ସ୍ଥଳୀକୁ ବିକାଶ କରିହେବ ଏନେଇ ବାଲିଗୁଡ଼ା ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ରଞ୍ଜିତ, ବିଡ଼ିଓ ନରେଶ ଚନ୍ଦ୍ର ଶବର ଓ ତହସିଲଦାର କ୍ଷିରବ୍ଧ ତନୟା ସାହୁଙ୍କ ସହ ଆଲୋଚନା କରିଥିଲେ ।

Advertisement