ବାଲିଗୁଡ଼ା,୧୧।୧(ଡ଼ି.ଏଚ/ଟିକି ଦଣ୍ଡିଆ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ଗଞ୍ଜୁପଡ଼ି ଠାରେ ହେବାକୁ ଥିବା ଜାତି ଓ ଜନଜାତି କଲେଜକୁ ସ୍ଥାନୀୟ ଆଦିବାସୀଙ୍କ ବିରୋଧ ଏହି ଜାଗାରେ ବହୁ ବର୍ଷ ଆଗରୁ ଗାଈ ଚରେଇବା ପାଇଁ ବନ ବିଭାଗ ପ୍ରଦାନ କରିଥିବା ସହ ଅନ୍ୟାନ୍ୟ ଜଙ୍ଗଲ ଜାତ ଦ୍ରବ୍ୟଆଳୁ ଚାଷ, କାନ୍ଦୁଲ, ହଳଦୀ, ବାଇଗଣ ଓ କୋବି ଚାଷ କରି ପରିବାର ମେଣ୍ଟାଉଥିଲୁ ଆଜି ଏହି ଜାଗାକୁ ବାଲିଗୁଡ଼ା ତହସିଲଦାର କଲେଜ ନିର୍ମାଣ ପାଇଁ ପ୍ରଦାନ କରିଛନ୍ତି । ହେଲେ ଏହାକୁ ଗ୍ରାମବାସୀ ବିରୋଧ କରିଥିବାସହ ଆମେ ଗରିବ ଆଦିବାସୀ ଏହି ଜାଗାରେ ବହୁ ଯୁଗରୁ ଚାଷ କରି ଚଳି ଆସିଥିଲୁ ପ୍ରଶାସନଙ୍କୁ ଦାବି କରୁଛୁ । ଏହି ଜାଗା ବଦଳରେ ଆମକୁ ଅନ୍ୟ ଜାଗା ଦିଆଯାଉ ବୋଲି ଗ୍ରାମବାସୀମାନେ ନିବେଦନ କରିଥିଲେ ।


















