Sunday, September 6, 2026
ADVERTISEMENT
Home ଆଞ୍ଚଳିକ ରଥଯାତ୍ରା ସୁପରିଚାଳନା ସକାଶେ ପ୍ରାକ୍ ପ୍ରସ୍ତୁତି ବୈଠକ

ରଥଯାତ୍ରା ସୁପରିଚାଳନା ସକାଶେ ପ୍ରାକ୍ ପ୍ରସ୍ତୁତି ବୈଠକ

330
ADVERTISEMENT

ହିଞ୍ଜିଳିକାଟୁ, ୨୬/୬(ଶେଷଦେବ ସାହୁ): ଆସନ୍ତା ୪ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରଥଯାତ୍ରାର ସୁପରିଚାଳନା ସକାଶେ ବୁଧବାର ପୂର୍ବାହ୍ନରେ ସ୍ଥାନୀୟ ପୌର ପରିଷଦ ସଭାକକ୍ଷ ଗୃହରେ ଏକ ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ତହସିଲଦାର ଗୋପିନାଥ କୁଅଁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ । ହିଞ୍ଜିଳିକାଟୁ ପୌରାଞ୍ଚଳ ବଇଁଚବଣିଆ ସ୍ଥିତ ପାବନ ଶ୍ରୀକ୍ଷେତ୍ର, ରାଜବାଟି ଓ ପାଟଣା ସାହି ସ୍ଥିତ ଲକ୍ଷ୍ମୀ ନୃସିଂହ ଜଗନ୍ନାଥ ମନ୍ଦିର ପକ୍ଷରୁ ଆୟୋଜିତ ହେବାକୁ ଥିବା ରଥଯାତ୍ରାର ସୁପରିଚାଳନା ପାଇଁ ବୈଠକରେ ଆଲୋଚନା କରାଯାଇଥିଲା । ରଥଯାତ୍ରା ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି, ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍ ଯୋଗାଣ, ପରିମଳ ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା ସମେତ ଅନ୍ୟାନ୍ୟ ସେବାର ସୁବନ୍ଦୋବସ୍ତ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ତହସିଲଦାର କୁଅଁର ପରାମର୍ଶ ଦେଇଥିଲେ । ଏତଦ୍ ବ୍ୟତୀତ ରଥଯାତ୍ରା ସମୟରେ ମନ୍ଦିର ପରିଚାଳନା କମିଟି ଓ ସ୍ଵେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ଆବଶ୍ୟକୀୟ ସହଯୋଗ କରିବା ପାଇଁ ନିବେଦନ କରାଯାଇଥିଲା ।

ବୈଠକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ, ବିଦ୍ୟୁତ ବିଭାଗୀୟ ସହକାରୀ ଯନ୍ତ୍ରୀ ସରୋଜ କୁମାର ମିଶ୍ର, ଅଗ୍ନିଶମ ଭାରପ୍ରାପ୍ତ ଅଧିକାରୀ ଲବ ନାୟକ, ଅବକାରୀ ବିଭାଗୀୟ ଏଏସଆଇ ଅଜିତ କୁମାର ପାତ୍ର, ପାବନ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରର ପ୍ରଶାସନ ସେବକ ନିର୍ମଳ ମିଶ୍ର, ବୁଦ୍ଧିରାମ ସାହୁ, ଲୋକନାଥ ସାହୁ, ହିଞ୍ଜିଳିକାଟୁ ରାଜା ସାହେବ ଲଳିତ କିଶୋର ଭଞ୍ଜଦେଓ, ହେଲଥ୍ ସୁପରଭାଇଜର ଅଶୋକ କୁମାର ମିଶ୍ର, ବଳରାମ ସାହୁ, ଯୁଗଳ କିଶୋର ପଣ୍ଡା, ମନୋଜ କୁମାର ପାଢ଼ୀ, ପାଟଣା ସାହି ମନ୍ଦିରର ସଭାପତି ବିଶ୍ୱମ୍ବର ସାହୁ, ଶିବରାମ ପଟ୍ଟନାୟକ, ନୃସିଂହ ପ୍ରସାଦ ପଟ୍ଟନାୟକ, ମନୋରଂଜନ ସାହୁ, ସୁବାଷ ପଟ୍ଟନାୟକ, ଅଶ୍ୱିନୀ ନାୟକ, ପୌର ପରିଷଦର କନିଷ୍ଠ ଯନ୍ତ୍ରୀ ଦିଲ୍ଲିପ କୁମାର ମିଶ୍ର, ମାନସ ରଞ୍ଜନ ଦାଶ, ମନମୋହନ ଦାଶ, କିଶୋର ଚନ୍ଦ୍ର ଚୌଧୁରୀ, ଯୋଗୀନ୍ଦ୍ର ପାଣିଗ୍ରାହୀ, ଜଗନ୍ନାଥ ସାହୁଙ୍କ ସମେତ ପୌରାଞ୍ଚଳ ମଧ୍ୟରେ ଅବସ୍ଥିତ ୩ଟି ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତାମାନେ ଅଂଶ ଗ୍ରହଣ କରିଥିଲେ । ପରିଶେଷରେ ପ୍ରେସକ୍ଳବ ସଭାପତି ପ୍ରିୟଦର୍ଶୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Advertisement