Friday, November 20, 2026
ADVERTISEMENT
Home ଆଞ୍ଚଳିକ ଗଜପତି ଉତ୍ସବ ଉଦଯାପିତ

ଗଜପତି ଉତ୍ସବ ଉଦଯାପିତ

404
ADVERTISEMENT

ମୋହନା,୧୦।୧(ଡି.ଏଚ/ମୋହନ ଗୌଡ଼) : ଗଜପତି ଜିଲ୍ଲା ମୋହନା ବ୍ଲକ ସ୍ଥରୀୟ ଗଜପତି ଉତ୍ସବ ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି । ବ୍ଲକ ଅଧକ୍ଷା ସୁକି ଶବରଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୋହନ ବିଧାୟକ ଦାଶରଥି ଗମାଙ୍ଗ ମୁଖ୍ୟଅତିଥି ଭାବେ ଯୋଗ ଦେଇଛନ୍ତି । ମୁଖ୍ୟବକ୍ତା ଭାବେ ପାରଳାଖେମୁଣ୍ଡି ବିଧାୟକ କେ . ନାରାୟଣ ରାଓ ସଂମ୍ମାନିତ ଅତିଥି ଜିଲ୍ଲା ପରିଷଦ ଅଧକ୍ଷ ଅନିତା ରାଣୀ ବେହେରା, ବ୍ଲକ ଉପାଧ୍ୟାକ୍ଷା ବାଲିନା ଅଧିକାରୀ , ପୂର୍ବତନ ଜିଲ୍ଲା ପରିଷଦ ଅଧକ୍ଷା ପି.ଲତା ,ଜିଲ୍ଲା ବିଜେଡି ଉପସଭାପତି ଦଣ୍ଡସିଂ ସାହୁ, ପୂର୍ବତନ ଜିଲ୍ଲା ପରିଷଦ ଅଧକ୍ଷ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ , ବିଡି.ଓ ବଂଶୀଧର ଖୋସଲା , ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ , ଥାନା ଅଧିକାରୀ ସୁଜିତ କୁମାର ନାୟକ , ନୀଳକଣ୍ଠେଶ୍ଵର ବଣିକ ସଙ୍ଘ ସଭାପତି ମନୋଜ କୁମାର ସାହୁ , ଏମ୍କେସିଜି ଯୁବକ ସଙ୍ଘ ସଭାପତି ବିତୁ ପାତ୍ର , ସମ୍ପାଦକ ଯେତେନ୍ଦ୍ର କୁମାର ବେହେରା ପ୍ରମୁଖ ମଂଚାସୀନ ଥିଲେ । ଅତିଥି ମାନେ ନିଜ ଅଭିଭାଷଣରେ ଗଜପତି ଉତ୍ସବର ଆଭିମୁଖ୍ୟ ଆଞ୍ଚଳିକ ପରମ୍ପରା ସାଂସ୍କୃତିକ ଐତିହ ଓ ଗ୍ରାମଞ୍ଚଳରେ ଲୁକାୟିତ ଭାବେ ରହିଯାଉଥିବା ପ୍ରତିଭା ଗୁଡିକୁ ଲୋକଲୋଚନକୁ ଆଣିବା ପାଇଁ ଗଜପତି ଉତ୍ସବର ମୂଳ ଉଦ୍ଧେଶ୍ୟ । ପରିଶେଷରେ ବ୍ଲକ ଅଧକ୍ଷ ସୁକି ଶବର ଧନ୍ୟବାଦ ଅର୍ପଣ କରିଥିଲେ ।

Advertisement