ଦାରିଙ୍ଗବାଡ଼ି,୧୦।୧(ଡି.ଏଚ/ପ୍ରିୟ ରଞ୍ଜନ ନାୟକ) : କନ୍ଧମାଳ ଜିଲ୍ଲା ଫୁଲବାଣୀ କୋର ନେସନ ପଡ଼ିଆ ଠାରେ ବେକାର ଆଦିବାସୀ ଓ ହରିଜନ ଛାତ୍ରଛାତ୍ରୀଙ୍କ ପାଇଁ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ମେଳାକୁ କନ୍ଧମାଳ ସାଂସଦ ଡ଼ ଅଚ୍ୟୁତ ସାମନ୍ତ, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବାଲିଗୁଡ଼ା ବିଧାୟକ ଚକ୍ର ମଣି କହଁର ଓ କନ୍ଧମାଳ ଜିଲ୍ଲାପାଳ ଡ଼ି ବୃନ୍ଦା ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାର ପ୍ରତି ବ୍ଲକରୁ ଡ଼ିଡ଼ିଜିକେୟାରେ ଯେଉଁ ଛାତ୍ର ଛାତ୍ରୀ ତାଲିମ ନେଇ ସେମାନଙ୍କୁ କୌଣସି ସରକାରୀ ଓ ବେସରକାରୀ ସଂସ୍ଥାରେ ଚାକିରୀ ପାଇନଥିବେ ସେମାନଙ୍କୁ ଥଇଥାନ କରିବା ସହ ଯୋଗ୍ୟ ଛାତ୍ରୀଛାତ୍ରମାନେ ମଧ୍ୟ୍ୟ ଆବେଦନ କରିଥିଲେ ।















