କନ୍ଧମାଳ,୧୦।୧ଡି.ଏଚ/ସୁରେଶ କୁମାର ପଣ୍ଡା) : କନ୍ଧମାଳ ଜିଲ୍ଲା ଜି ଉଦୟଗିରି ନିର୍ବାଚନ ମଣ୍ଡଳୀ ଗ୍ରସ୍ତ କରି ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଉଦଘାଟନ କରିଛନ୍ତି । ଦାରିଙ୍ଗବାଡ଼ି ଠାରେ ଶୀତ ମହୋତ୍ସବର ଶୁଭାରମ୍ଭ କରିବା ସହ ରାଇକିଆ ବ୍ଲକ ଗ୍ରସ୍ତ କରି ମଣ୍ଡାସରୁ ଠାରେ ପ୍ରାକୁତିକ ପର୍ଯ୍ୟଟନ ସ୍ଥଳୀ ମଣ୍ଡାସରୁ କୁଟି ଉଦଘାଟନ କରିଥିଲେ ।ଏହି ଉଦଘାଟନ ସମାରୋହରେ ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ବିଜେଡ଼ି ବରିଷ୍ଠ ଜିଲ୍ଲା ରୋଦନ କହଁର, ବରିଷ୍ଠ ନେତା ପ୍ରଦୀପ ପ୍ରଧାନ, ବ୍ଲକ ସଭାପତି ଓ ବାଲିଗୁଡ଼ା ବନଖଣ୍ଡ ଅଧିକାରୀ ନୀଳାମ୍ବରମ ଉପସ୍ଥିତ ରହିବା ସହ ବହୁ ଜନସାଧାରଣ ଯୋଗଦେଇଥିଲେ ।


















