ଧରାକୋଟ,୧୦।୧(ଡି.ଏଚ/ଗୁରୁ ପ୍ରସାଦ ): ଧରାକୋଟ ଗଡର କୋଠରୀ ସାହି ନିବାସୀ ରାମଚନ୍ଦ୍ର ରଥ ଓ ବିଷ୍ଣୁ କୁମାରୀ ନାୟକଙ୍କ ପୁତ୍ର ପ୍ରୀତି ରଞ୍ଜନ ରଥ ଓଡ଼ିଶା ପ୍ରଶାସନିକ ସେବାରେ 22ତମ ସ୍ଥାନ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ପ୍ରୀତି ରଞ୍ଜନ ଧରାକୋଟ ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟରେ 8ମ ଶ୍ରେଣୀ ପଢିବା ପରେ ବ୍ରହ୍ମପୁର ରାମହରି ନଗର ଶିଶୁ ମନ୍ଦିରରେ 10ମ ଶ୍ରେଣୀ ପଢି ଉତ୍ତୀର୍ଣ୍ଣ ହୋଇଥିଲେ । ଏହା ପରେ ଖଲ୍ଲିକୋଟ ଜୁନିୟର କଲେଜରେ ଯୁକ୍ତ2 ରେ ଅଧ୍ୟୟନ କରିଥିଲେ । ଏହା ପରେ ଓଡିଶା କୃଷି ବୈଷୟିକ ବିଶ୍ୱ ବିଦ୍ୟାଳୟରୁ ଯୁକ୍ତ3 ଏବଂ ଇନ୍ଦିରା ଗାନ୍ଧୀ କୃଷି ବିଶ୍ୱ ବିଦ୍ୟାଳୟ ରାୟପୁରରୁ ସ୍ନାତକୋତ୍ତରରେ ଉତ୍ତୀର୍ଣ୍ଣ ହୋଇଥିଲେ । ପ୍ରଥମ ଥର ପାଇଁ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ଯୋଗ ଦେଇ 22 ନଂ ରେଙ୍କରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ତାଙ୍କରି ପିତା ରାଜସ୍ୱ ବିଭାଗର ଅବସର ପ୍ରାପ୍ତ କର୍ମଚାରୀ ହୋଇଥିବା ବେଳେ ମାତା ଜଣେ ଶିକ୍ଷୟତ୍ରୀ ଅଟନ୍ତି । ଆଗାମୀ ଦିନରେ ପ୍ରଶାସନିକ ସେବାକୁ ଗୁରୁତ୍ୱ ଦେବା ସହ ସାଧାରଣ ଜନତା ଯେପରି ସୁଫଳ ପାଇବେ ସେ ଦିଗରେ ନିଷ୍ଠାର ସହ କାମ କରିବେ ବୋଲି ପ୍ରୀତି ରଞ୍ଜନ କହିଛନ୍ତି । ପ୍ରୀତି ରଞ୍ଜନ ପ୍ରଶାସନିକ ସେବା ପରୀକ୍ଷାରେ 22 ନଂ ରେଙ୍କରେ ଉତ୍ତୀର୍ଣ୍ଣ ହେବା ଧରାକୋଟ ଅଞ୍ଚଳ ପାଇଁ ଗୌରବର ବିଷୟ ପାଲଟିଛି ଏବଂ ଧରାକୋଟ ଅଂଚଳରେ ଅନନ୍ଦର ଲହରୀ ଛୁଟିଯାଇଛି ।

















