Thursday, November 19, 2026
ADVERTISEMENT
Home ଆଞ୍ଚଳିକ ମହିଳା ସ୍ୱୟଂ ସହାୟିକାର ସଦସ୍ୟାଙ୍କ ଠାରୁ ୨ଦୁର୍ବୁତ ଝାମ୍ପି ନେଲେ ଭେନିଟ

ମହିଳା ସ୍ୱୟଂ ସହାୟିକାର ସଦସ୍ୟାଙ୍କ ଠାରୁ ୨ଦୁର୍ବୁତ ଝାମ୍ପି ନେଲେ ଭେନିଟ

336
ADVERTISEMENT

ଦିଗପହଣ୍ଡି,୯/୧(ଡି.ଏଚ/ପ୍ରଫୁଲ୍ଲ ସାବତ): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଏସ. ଟିକରପଡା ଗ୍ରାମର ମହିଳା ସ୍ୱୟଂ ସହାୟିକା ସଂଘର ସଦସ୍ୟା ସୁମିତ୍ରା ଗୌଡ଼ ବ୍ୟାଙ୍କରୁ ୨୦୦୦୦ ଉଠାଇ ଆଣିଥିଲେ ଓ ତାଙ୍କ ଭେନିଟରେ ନଗଦ ୧୫୦୦୦ ମିଶାଇ ମୋଟ ୩୫୦୦୦ ଟଙ୍କା ଭେନିଟରେ ରଖି ଫେରୁଥିବା ସମୟରେ ନାଡୀଗାଁ ଛକ ନିକଟରେ କଳା ପଲସର ବାଇକରେ ଦୁଇ ଦୁର୍ବୁର୍ତ୍ତ ଆସି ଭେନିଟ ଝାମ୍ପି ନେଇ ଯାଇଥିଲେ। ଘଟଣା ସ୍ଥଳରେ ବାଇକରୁ ପଡି ମହିଳା ଜଣକୁ ଆଘାତ ଲାଗିଥିଲା। ସେହି ସମୟରେ ଦିଗପହଣ୍ଡି ବିଡିଓ ହଳଧର ଶବର ଆସୁଥିବା ସମୟରେ ଏହି ଦୁର୍ଘଟଣା ଦେଖି ନିଜ ଗାଡ଼ିରେ ଆଘାତ ମହିଳା ଜଣକୁ ନେଇ ପ୍ରାଥମିକ ଚିକିତ୍ସା କରାଇଥିଲେ। ମହିଳାଙ୍କ ନାକ ଓ ପାଟିରୁ ଜୋରସେ ରକ୍ତସ୍ରାବ ହେବା କାରଣରୁ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରେ ପୋଲିସ ପହଂଚି ଘଟଣାର ତଦନ୍ତ କରୁଛନ୍ତି।

Advertisement