କୋଟଗଡ଼,୯/୧(ଡି.ଏଚ/ନଳିନୀ କାନ୍ତ ମିଶ୍ର) :କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ ଅଫିସ ଠାରେ ଗତ 05/01/2020 ଠାରୁ 08/01/2020 ପର୍ଯ୍ୟନ୍ତ ବେକାର ଯୁବକ ଯୁବତୀ ମାନଙ୍କର ଏକ ନାମ ପଞ୍ଜିକରଣ କରାଯାଇଥିଲା ଓ 09/01/2020 ତାରିଖ ଦିନ ଫୁଲବାଣୀ ଠାରେ ହେବାକୁ ଥିବା 60 ଗୋଟି କମ୍ପାନୀ ର ସିଲେକସନ ହେବାକୁ ଥିବା କୋଟଗଡ ବ୍ଲକ ର 15ଗୋଟି ପଞ୍ଚାୟତ ର ତଥା ଶ୍ରୀରାମପୁର, ଯୁବାଗୁଡା, ଗୁଗୁରୁମାହା, ମାରଲାଙ୍ଗା, ଓରା, ସୁବର୍ଣ୍ଣଗିରି, ସାର୍ତ୍ତୁଲ, ମାଡ଼ାଗୁଡ଼ା, କୋଟଗଡ, ଜୁଡାବାଲି, ଧରାକୋଟ, ଦୁର୍ଗାପଙ୍ଗା, ପାରିଗଡ, ରାଣୀପଙ୍ଗା, ପକାରୀ ପଞ୍ଚାୟତର ବହୁ ସଂଖ୍ୟା ରେ ଯୁବକ ଯୁବତୀ ଏହି ନିଯୁକ୍ତି ମେଳା ରେ ସାମିଲ ହୋଇଛନ୍ତି ଓ ଏମାନଙ୍କର ପ୍ରତି ପଞ୍ଚାୟତ ରୁ ନେବା ଓ ଆଣିବା ଓ ଖାଇବା ପିଇବା ଦାଇତ୍ୱ ସରକାର ହାତକୁ ନେଇଛନ୍ତି ।

















