କୁକୁଡାଖଣ୍ଡି,୯/୧(ଡି.ଏଚ/ଇ.ରଂଜନ ): ନିମଖଣ୍ଡି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୨୬ତମ ବାର୍ଷିକ ଉତ୍ସବ ଅନୁଷ୍ଟିତ ହୋଇଯାଇଛି। ଶିକ୍ଷା ବିକାଶ ସମିତି ଓଡିଶାର ସଭାପତି ଡ.ବିନାୟକ ଦାଶ ଯୋଗଦେଇ ବର୍ଷକ ଉତ୍ସବର ଆଭିମୁଖ୍ୟ ବର୍ଣ୍ଣନା କରିଥିଲେ । ଦୂରଦର୍ଶନ ଆକାଶବାଣୀ ବ୍ରହ୍ମପୁରର ନିର୍ଦ୍ଧେଶକ ଡ.ଶାନ୍ତନୁ କୁମାର ରଥ ମୁଖ୍ୟ ବକ୍ତାରୂପେ ଯୋଗଦେଇ ଭାରତୀୟ ସଂସ୍କୃତି ଓ ଦର୍ଶନର ମହତ୍ବ ବିଷୟରେ ଶିଶୁଙ୍କୁ ବୁଝାଇଥିଲେ। ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଡା.ରାଜେନ୍ଦ୍ର ପ୍ରସାଦ ପ୍ରଧାନ ବାର୍ଷିକ ଉତ୍ସବରେ ପୌରାହିତ୍ୟ କରିଥିଲେ। ସମ୍ମାନୀତ ଅତିଥି ରୂପେ ନିଳକଣ୍ଠନଗର ଶିଶୁ ବିଦ୍ୟା ମନ୍ଦିରର ସଂପାଦକ ନାରାୟଣ ପଣ୍ଡା ଯୋଗଦେଇଥିବା ବେଳେ ବିଦ୍ୟାଳୟର ସଂପାଦକ ଡଃ.ବିପିନ ବିହାରୀ ସାହୁ ସ୍ବାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ସତ୍ୟନାରାୟଣ ଆଚାର୍ଯ୍ୟ ବାର୍ଷିକ ବିବରଣୀ ପାଠ କରିଥିଲେ। ପରିଚାଳନା ସମିତିର ଉପସଭାପତି ପୁଷ୍ପାଞଳୀ ଦାସ ,ଯୁଗ୍ମ ସଂପାଦକ ଅଭିରାମ ସାହୁ,କୋଷାଧ୍ୟଷ ସୁକାନ୍ତ କୁମାର ସାହୁ,ଚଣ୍ଡିଚରଣ ସାହୁ,ପୁଷ୍ପାଞଳି ଦେବୀ,ଉପଦେଷ୍ଟା ସିମାଞଳ ସାସମଲ,ସନ୍ତୋଷ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ବିଦ୍ୟାଳୟର ବାର୍ଷିକ ମୁଖପତ୍ର “ଅମୋଘ”ଉନ୍ମୋଚିତ କରିଥିଲେ।ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗିକୁଂ ପୁରସ୍କୃତ କରାଯାଇଥିଲା।ଶିଶୁ ମାନକଂ ଦ୍ବାରା ବିଭିନ୍ନ ସାଂସ୍କୃତିକ କାଯ୍ୟକ୍ରମ ପରିବେଷିତ ହୋଇଥିଲା। ଆଚାର୍ଯ୍ୟ ଆର.ବିଜୟ କୁମାର,ସୁଧୀର କୁମାର ଦାଶ,ସମିତାରାଣୀ ପାଣିଗ୍ରାହୀ,ସୁମିତ୍ରା ମହାରଣା କାଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସମସ୍ତ ଆଚାର୍ଯ୍ୟ,ଆଚର୍ଯ୍ୟା ,ସେବକ ,ସେବିକା ପରିଚାଳନାରେ ସହଯୋଗ କରିଥିଲେ।


















