Wednesday, August 19, 2026
ADVERTISEMENT
Home ମୁଖ୍ୟ ଖବର ରାସ୍ତା ମଝିରେ ନମାଜକୁ ବିରୋଧ କରି ବିଜେପି କର୍ମୀ ପାଠ କଲେ ହନୁମାନ ଚାଳିଶା

ରାସ୍ତା ମଝିରେ ନମାଜକୁ ବିରୋଧ କରି ବିଜେପି କର୍ମୀ ପାଠ କଲେ ହନୁମାନ ଚାଳିଶା

629
ADVERTISEMENT



କୋଲକାତା,୨୬/୬(ଡ଼ିଏଚବି): ପଶ୍ଚିମବଙ୍ଗରେ ବିଜେପି ଓ ଟିଏମସି କର୍ମକର୍ତ୍ତାଙ୍କ ମଧ୍ୟରେ ରାଜନୀତି ଟାଣାଓଟରା ଜାରି ରହିଛି। ତେବେ ହାଓ୍ଵଡାରେ ଭାରତୀୟ ଜନତା ଯୁବା ମୋର୍ଚ୍ଚାର କର୍ମକର୍ତ୍ତା ରାସ୍ତା ମଝିରେ ହନୁମାନ ଚାଳିଶା ପାଠ କରିଛନ୍ତି। ବିଜେପି କର୍ମକର୍ତ୍ତାଙ୍କ କହିବାନୁସାରେ, ସେମାନେ ଏଭଳି ପଦକ୍ଷେପ ରାସ୍ତା ରୋକି ନମାଜ ପାଠ କରୁଥିବାକୁ ବିରୋଧ କରି କରିଛନ୍ତି। ମଙ୍ଗଳବାର ଜୁନ୍‌ ୨୫ରେ ବିଜେପି କର୍ମକର୍ତ୍ତା ଏହି ଆୟୋଜନ ହନୁମାନ ମନ୍ଦିର ନିକଟସ୍ଥ ସଡ଼କରେ କରିଥିଲେ।

ଭାରତୀୟ ଜନତା ଯୁବା ମୋର୍ଚ୍ଚାଙ୍କ କର୍ମକର୍ତ୍ତା କହିବାନୁସାରେ, ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ସରକାରଙ୍କ ରାଜ୍ୟରେ କୌଣସି ବି ପ୍ରମୁଖ ସଡ଼କକୁ ରୋକି ଶୁକ୍ରବାର ନମାଜ ପାଠ କରାଯାଇଥାଏ, ଯେଉଁଥିପାଇଁ ଲୋକମାନଙ୍କୁ ଯାତାୟାତା ତଥା ଅନ୍ୟ ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ। ସେହିପରି ବିଜେପି ଯୁବା ମୋର୍ଚ୍ଚା ହାଓ୍ଵଡାର ଅଧ୍ୟକ୍ଷ ଓପି ସିଂହଙ୍କ କହିବାନୁସାରେ, ମମତା ବାନାର୍ଜୀଙ୍କ ରାଜ୍ୟରେ ଆମେ ଦେଖିଛୁ କି ଗ୍ରାଣ୍ଟ ଟ୍ରଙ୍କ ରୋଡ ଓ ଅନ୍ୟ ପ୍ରମୁଖ ସଡ଼କକୁ ଶୁକ୍ରବାର ନମାଜ ପାଠ ପାଇଁ ବନ୍ଦ କରି ଦିଆଯାଇଥାଏ। ଏମିତିରେ ଲୋକମାନଙ୍କ ଜରୁରି କାମରେ ବାଧା ଉପୁଜିବା ସହିତ ଲୋକଙ୍କୁ ହସ୍‌ପିଟାଲ୍‌ ଆଦି ପହଞ୍ଚିବାକୁ ବି ଅସୁବିଧା ହୋଇଥାଏ। ତେଣୁ ଆମେ ପ୍ରତ୍ୟେକ ମଙ୍ଗଳବାର ହନୁମାନ ମନ୍ଦିର ନିକଟରେ ଥିବା ସଡ଼କରେ ହନୁମାନ ଚାଳିଶା ପାଠ କରିବୁ। ’



Advertisement