Friday, November 20, 2026
ADVERTISEMENT
Home ଆଞ୍ଚଳିକ ବ୍ରହ୍ମପୁର ସହରରେ ଧର୍ମଘଟ-ବନ୍ଦ ପାଳନ

ବ୍ରହ୍ମପୁର ସହରରେ ଧର୍ମଘଟ-ବନ୍ଦ ପାଳନ

375
ADVERTISEMENT

ବ୍ରହ୍ମପୁର,୮।୧(ଡି.ଏଚ/ଇ.ରଞ୍ଜନ) : କୁକୁଡ଼ାଖଣ୍ଡି ବିଭିନ୍ନ ସ୍ଥାନ ରେ ଦେଶରେ ଆର୍ଥିକ ଅବସ୍ଥା ଓ ନିଯୁକ୍ତି କୁ ନେଇ ଦିନିକିଆ ଧର୍ମଘଟ l କୁକୁଡ଼ାଖଣ୍ଡି ବ୍ଲକର ତହସିଲଦାର କାର୍ଯ୍ୟାଳୟ ଏବଂ କଲେଜ ମାନଙ୍କରେ କଂଗ୍ରେସଦଳ, ଶ୍ରମିକ ୟୁନିୟନ ଟ୍ରେଡ଼ ପକ୍ଷରୁ ସ୍ଲୋଗାନ ଶ୍ରମିକ ମାନଂକୁ ମାସିକ ୧000ଟଙ୍କା ଭତ୍ତା ଯୋଗାଇ ବା ସହ ତାଙ୍କ ପିଲାଙ୍କୁ ନିଯୁକ୍ତି ଦେବା ନିମନ୍ତେ କହିଥିବା ବେଳେ କଂଗ୍ରେସ ଦେଶରେ ବିଭିନ୍ନ ଦରବୃଦ୍ଧି ପାଉଥିବା ବେଳେ ସାଧାରଣ ଲୋକଙ୍କ ଆର୍ଥିକ ଅବସ୍ଥା ମାନ୍ଦା ରହି ଚାଲିଥିବା ଅଭିଯୋଗ ସହ ନାରାଦେଇ ସହର ପରିକ୍ରମା କରିଥିଲେ । ଏହା ସହ କେନ୍ଦ୍ର ସରକାର ଥିବା ବିଜେପି ସରକାରଙ୍କୁ ବଖାଣିବା ସହ ସିସିଏକୁ ମଧ୍ୟ ବିରୋଧ ପ୍ରଦର୍ଶନ କରିଥିଲେ । ଏହି ରାଲି ବ୍ରହ୍ମପୁର ସହର ସହ ବିଭିନ୍ନ ଆଖିପାଖରେ ଥିବା ଗ୍ରାମ ପଞ୍ଚାୟତ ମାନଙ୍କରେ ଆଜି କରାଯାଉଥିବା ଦେଶ ବ୍ୟାପି ଧର୍ମଘଟ-ବନ୍ଦ ପାଳନ ପ୍ରଦର୍ଶନ ସଫଳ ହୋଇଥିବା ଦେଖିବାକୁ ମିଳିଛି l ସହର ବିଭିନ୍ନ ସ୍ଥାନ ତଥା ସ୍ଥାନୀୟ ଫାଷ୍ଟଗେଟ ଛକ, ପୁରୁଣା ବସ ଷ୍ଟାଣ୍ଡ ଏଭଳି ବିଭିନ୍ନ ସ୍ଥାନମାନଙ୍କ ପାଖରେ ଶତାଧିକ ଜନସାଧାରଣ ରାସ୍ତା ଅବରୋଧ କରାଯାଇଛି, ସହରରେ ବଡ଼ବଡ଼ ଗାଡି ଗୁଡିକକୁ ଚଳାଚଳ ସମ୍ପୂର୍ଣ ବନ୍ଦ ଥିବା ବେଳେ, ସ୍କୁଲ, ଦୋକାନ ବଜାର ସମ୍ପୂର୍ଣ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା ।

Advertisement