Friday, November 20, 2026
ADVERTISEMENT
Home ଆଞ୍ଚଳିକ ମୋହନାରେ ଧର୍ମଘଟ ଯାଗୁଁ ସମସ୍ତ ସରକାରୀ କାର୍ଯ୍ୟଳୟ ଓ ବ୍ୟାଙ୍କର ବନ୍ଦ ପାଳନ

ମୋହନାରେ ଧର୍ମଘଟ ଯାଗୁଁ ସମସ୍ତ ସରକାରୀ କାର୍ଯ୍ୟଳୟ ଓ ବ୍ୟାଙ୍କର ବନ୍ଦ ପାଳନ

304
ADVERTISEMENT

ମୋହନା,୮।୧(ଡି.ଏଚମୋହନ ଗୌଡ଼): ୧୦ ଟି କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନର ଡ଼ାକରାରେ ୧୨ଦଫା ଦାବୀକୁ ନେଇ ଜାନୁଆରୀ ୮ ତାରିଖ ଭାରତ ବନ୍ଦକୁ ସମର୍ଥନ ଜଣାଇ ଆଜି ମୋହନା ସହରରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଧର୍ମଘଟ କରାଯାଇଛି। ବିଭିନ୍ନ ସ୍କୁଲ, କଲେଜ,ଶିକ୍ଷାନୁଷ୍ଠାନ, ପୋଷ୍ଟ ଅଫିସ, ବିଭିନ୍ନ ବ୍ୟାଙ୍କ, ସମସ୍ତ ସରକାରୀ ଅଫିସ ସମେତ ଦୋକାନ ବଜାର ବନ୍ଦ ରହିଥିଲା। ରାସ୍ତା ରେ ଗାଡ଼ି ମଟର ସଂଖ୍ୟା ମଧ୍ୟ ବହୁତ କମ ରହିଥିଲା। ବିଭିନ୍ନ ସଂଗଠନ ର ନେତୃବୃନ୍ଦ ପିକେଟିଂ କରି ସ୍ୱତଃ ପ୍ରବୃତ୍ତ ଭାବେ କାର୍ଯ୍ୟାଳୟ ଓ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ କରିବାକୁ ଅନୁରୋଧ କରିଥିଲେ। ଏଥିରେ କଂଗ୍ରେସ ଦଳର ବରିଷ୍ଠ ନେତା ବାଳକୃଷ୍ଣ ମଲ୍ଲିକ, ନିର୍ମଳ ପାଲ, ରାଜୀବ ମଲ୍ଲିକ, ରମାକାନ୍ତ ମଲ୍ଲିକ ଓ ଅନ୍ୟମାନେ ସାମିଲ ଥିଲେ।

Advertisement