Saturday, September 26, 2026
ADVERTISEMENT
Home ଆଞ୍ଚଳିକ ମୋହନାରେ ଦିନ ଦ୍ୱିପହରରେ ଘନ କୁହୁଡି ଗାଡି ଚଳାଚଳରେ ବାଧା ପ୍ରାପ୍ତ

ମୋହନାରେ ଦିନ ଦ୍ୱିପହରରେ ଘନ କୁହୁଡି ଗାଡି ଚଳାଚଳରେ ବାଧା ପ୍ରାପ୍ତ

336
ADVERTISEMENT

ମୋହନା,୪ା୧(ଡି.ଏଚ/ମୋହନ ଗୌଡ) : ଓଡିଶାର ଦ୍ୱିତୀୟ ବୃହତମ ବ୍ଳକ କୁହାଯାଉଥିବା ଅଂଚଳରେ ଘନ କୁହୁଡିର ପ୍ରଭାବ ଦେଖିବାକୁ ମିଳିଛି । ଓଡିଶାର କାଶ୍ମିର କୁହାଯାଉଥିବା ଦାରିଙ୍ଗବାଡି ଠାରୁ ମାତ୍ର ୮୦ ଦୂରରେ ମୋହନା ଥିବା ବେଳେ ମୋହନା ଅଂଚଳରେ ଘନ କୁହୁଡି ଯୋଗୁଁ ଦିନ ଦ୍ୱିପହରରେ ଗାଡି ଚଳାଚଳରେ ବହୁ ବାଧା ବିଘ୍ନ ସୃଷ୍ଟି ହୋଇଛି । ଆଜକୁ ୨ ଦିନ ହେଲା ମେଘୁଆ ପାଗ କରି ରଖିଥିବା ବେଳେ ଆଜି ସକାଳଠାରୁ ଅଧିକା ଥଣ୍ଡା ଅନୁଭବ ହେବା ସହ ଦିନ ସାରା କୁହୁଡିର ପ୍ରଭାବ ଅଧିକ ମାତ୍ରାରେ ରହିଛି । ଯାହାରି ଫଳରେ ମୋହନା ଠାରୁ ଲୁହାଗୁଡି ମାତ୍ର ୧୪ କି.ମି ହୋଇଥିବା ବେଳେ ୧୪ କି.ମି ଯିବା ଆସିବା କରିବା ଯାନ ବାହାନକୁ ୧ ଘଂଟା ସମୟ ଲାଗିଯାଉଥିଲା ଏବଂ ଯିବା ଆସିବା ସମୟରେ ଅପର ପକ୍ଷରୁ ଆସୁଥିବା ଗାଡି କୌଣସି ମାତ୍ରାରେ ମଧ୍ୟ ଦେଖାଯାଉନଥିଲା ସମସ୍ତ ଗାଡି ପ୍ରତ୍ୟେକ ସ୍ଥାନରେ ରହିଯାଇଥିଲା । ମୋହନା ଅଂଚଳରେ ଯଦି ଏହିପରି ଭାବରେ ଥଣ୍ଡାର ଅନୁଭୁତି ହେବା ସହ କୁହୁଡିର ପ୍ରଭାବ ରହୁଛି ତାହା ହେଲେ ଓଡିଶାର କାଶ୍ମିର ଦାରିଙ୍ଗବାଡି କଥା କହିଲେ ନସରେ । ମୋହନା ଦିନ ଦ୍ୱିପହରରେ ଥଣ୍ଡାର ତାପମାତ୍ରା ୮ ରୁ ୧୦ ଡିଗ୍ରୀ ରହୁଥିବା ବେଳେ ଦାରିଙ୍ଗବାଡିରେ ଆନୁମାନିକ ୨ ରୁ ୩ ଡିଗ୍ରୀ ଥିବ ବୋଲି ଅନୁମାନ କରାଯାଉଛି । ଆଗାମୀ ୬ ତାରିଖରେ ମୋହନା ପାରିସ ଚର୍ଚ୍ଚଠାରେ ଖ୍ରୀଷ୍ଟିୟାନ ସମ୍ପ୍ରାଦାୟ ଭାଇ ଭଉଣୀମାନଙ୍କ କ୍ୟାଣ୍ଡେଲ ଯାତ୍ରା ଥିବା ଏହି ସମୟରେ ବଜାର ବାଣିଜ୍ୟ କ୍ଷେତ୍ରରେ ବହୁ ଭିଡ ଜମିବା କଥା କିନ୍ତୁ ଦୁଃଖର ବିଷୟ ଏହିଭଳି ଥଣ୍ଡା ଅନୁଭୁତି ଯୋଗୁଁ କୌଣସି ବ୍ୟବସାୟୀଙ୍କ ଦୋକନାରେ ଭିଡ ନଲାଗିବା ଦେଖିବାକୁ ମିଳିଛି ।

Advertisement