ବାଲିଗୁଡ଼ା ,୪ା୧(ଡି.ଏଚ/ସୁରେଶ ପଣ୍ଡା): ଗତକାଲି ଏକ ଛେଳି ଚୋରକୁ କାବୁ କରିଛନ୍ତି ଗ୍ରାମବାସୀ । ଏହିଭଳି ଦେଖିବାକୁ ମିଳିଛି ବାଲିଗୁଡ଼ା ଥାନା ଅନ୍ତର୍ଗତ ଚାଙ୍ଗୁରୁବାଲି ଗ୍ରାମରେ ଏକ ମୋଟର ସାଇକେଲରେ ଏକ ଛେଳିକୁ ଚୋରାଇ ନେଇଯିବା ସମୟରେ ଗ୍ରାମବାସୀ ତା’କୁ ଧରି ନିର୍ଦ୍ଧୁମ ପିଟିବା ସହ ବାରଖମା ଫାଣ୍ଡିରେ ହସ୍ତାନ୍ତର କରିଥିଲେ । ଦିର୍ଘ ଦିନ ହେଲା ଅଞ୍ଚଳରେ ଛେଳି ଚୋରି ବଢୁଥିବା ସମୟରେ ଗ୍ରାମବାସୀ ବାରମ୍ବାର ଥାନାରେ ଅଭିଯୋଗ କରିଆସୁଥିଲେ । କିନ୍ତୁ ଏବେ ଏହି ଛେଳି ଚୋରି ପଛରେ ବଡ଼ ଗ୍ୟାଙ୍ଗ ଥିବା ସନ୍ଦେହ ପ୍ରକାଶ କରିଛନ୍ତି ଗ୍ରାମବାସୀ ।
















