ବାଲିଗୁଡ଼ା ,୪ା୧(ଡି.ଏଚ/ସୁରେଶ ପଣ୍ଡା): ଦୁଇଦିନ ଧରି ଲଗାତର ବାଲିଗୁଡ଼ା ପୋଲିସର ଗଞ୍ଜେଇ କାଟିବା କାର୍ଯ୍ୟକ୍ରମ ଏବେ ଗଞ୍ଜେଇ ଚାଷିଙ୍କ ନିଦ ହଜାଇ ଦେଇଛି ପୋଲିସ ।କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ଵାଟଗୁଡ଼ା ଗ୍ରାମପଞ୍ଚାୟତ ପାଲୁଙ୍କିଆ ଗ୍ରାମରେ ଗଞ୍ଜେଇ ଗଛ କଟାଯାଇଛି । ରେଭିନ୍ୟୁ ଅଫିସର ହରିଶ୍ଚନ୍ଦ୍ର ପ୍ରଧାନ, ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ ବେହେରା, ବାଲିଗୁଡ଼ା ଅବକାରୀ ବିଭାଗ ଅଫିସ ଅଧିକାରୀ ମାଧବ କୌଶଲ୍ୟା ଓ ବହୁ କର୍ମଚାରୀଙ୍କ ନେତୃତ୍ୱରେ ପ୍ରାୟ 160ଏକର ଜମିରେ 160000ହଜାର ଗଛ କଟାଯାଇ କିରାସିନି ପକାଇ ନିଆ ଲଗାଯାଇଥିଲା ଯାହାର ଆନୁମାନିକ ମୂଲ୍ୟ 16କୋଟିରୁ ଉର୍ଦ୍ଧ ହେବବୋଲି ସୁଚାନା ଦେଇଛନ୍ତି ବାଲିଗୁଡ଼ା ଥାନା ଅଧିକାରୀ ପ୍ରସାନ୍ତ କୁମାର ବେହେରା

















